ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

April 19, 2021, ଦେଶ, , Anupambharat News Bureau


ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ
Anupambharat News Bureau
April 19, 2021


ନୂଆଦିଲ୍ଲୀ: ଏପ୍ରିଲ ୨୫ ତାରିଖରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଭାରତ ଗସ୍ତରେ ଆସିବାର ଥିଲା ।ଭାରତରେ କରୋନା ସଂକ୍ରମଣ ବେକାବୁ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଦେଶରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍ସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । କରୋନା ପ୍ରକୋପ କମିବା ପରେ ସେ ଭାରତ ଆସିବା ନେଇ ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୨୫ ତାରିଖରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଭାରତ ଗସ୍ତରେ ଆସିବାର ଥିଲା । କି;ୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ନେଇ ଆଶଙ୍କା ଦେଖାଦେଇଥିବା ବେଳେ ଏହା ଉପରୁ ମଧ୍ୟ ପର୍ଦ୍ଦା ହଟିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ମଧ୍ୟରେ ଭିଡିଓ କନ®ରେନ୍ସ ଜରିଆରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ବ୍ରିଟେନ୍‌ର ବିପକ୍ଷ ଲେବର ପାର୍ଟି ମଧ୍ୟ ଭାରତ ଗସ୍ତ ବାତିଲ କରିବାକୁ ବୋରିସ୍‌ ଜନସନ୍‌ଙ୍କୁ କହିଥିଲେ । ଏହା ସହିତ ବୋରିସ୍‌ ଜନସନ୍‌, ମୋଦିଙ୍କ ସହିତ ଅନଲାଇନ୍‌ରେ ଆଲୋଚନା କରିବାକୁ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

Read More...

ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page