ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ
ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।