ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

April 20, 2021, ଦେଶ, , Anupambharat News Bureau


ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି
Anupambharat News Bureau
April 20, 2021




  • ଜରୁରୀ ନଥିଲେ ବାହାରେ ନବୁଲିବାକୁ ପରାମର୍ଶ




  • ଝାଡ଼ଖଣ୍ଡ ଓ ଛତିଶଗଡରେ ଲକ୍‌ଡ଼ାଉନ୍‌





ନୂଆଦିଲ୍ଲୀ,୨୦ା୪: ଭାରତରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ସାଂଘାତିକ ହେବାରେ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ପ୍ରଥମ ପର୍ଯ୍ୟାୟଠାରୁ ବହୁ ହାରରେ ଆକ୍ରାନ୍ତ ଓ ମୃତକ ବୃଦ୍ଧି ପାଇବାରେ ଲାଗିଛି । ସ୍ଥିତିକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ କର୍ଫୁ, ନାଇଟ୍‌ କର୍ଫୁ୍ୟ, ସପ୍ତାହାନ୍ତ ସଟ୍‌ଡ଼ାଉନ୍‌ ଏପରିକି ଲକ୍‌ଡ଼ାଉନ ମଧ୍ୟ ଘୋଷଣା କରାଯାଇଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶରେ ବିଭିନ୍ନ ସ୍ଥାନରେ ଅକ୍ସିଜେନ୍‌ର ଅଭାବ ଯୋଗୁଁ ବହୁ ଲୋକ ସଂକ୍ରମଣର ଶିକାର ହେଉଛନ୍ତି ଏବଂ ଜୀବନ ମଧ୍ୟ ହରାଉଛନ୍ତି । ଅବଶ୍ୟ ଦେଶବ୍ୟାପୀ ସାଧାରଣ ସ୍ୱାସ୍ଥ୍ୟର ବିକାଶ ଦିଗରେ ଟିକାକରଣ ବ୍ୟବସ୍ଥା ଜାରି ରହିଛି । ତେଣୁ ପୁଣି ବର୍ଦ୍ଧିତ ସଂକ୍ରମଣର ମୁକାବିଲା ପାଇଁ ଅଧିକରୁ ଅଧିକ ଟିକା ଉତ୍ପାଦନ ନିମନ୍ତେ ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ମୋଦି ଭର୍ଚୁଆଲ୍‌ ମାଧ୍ୟମ ଜରିଆରେ ଆଲୋଚନା କରିଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇପଡିବା ସ୍ଥଳେ ଲକ୍‌ଡ଼ାଉନ୍‌ ହିଁ ଶେଷ ବିକଳ୍ପ ବୋଲି ମୋଦି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ କହିଥିଲେ । ଏପରିକି ଜରୁରୀ ନଥିଲେ ବାହାରେ ବୁଲାବୁଲି ନକରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ଏହାପୂର୍ବରୁ ଲୋକମାନେ ସଚେତନ ହୋଇ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିପାରିଲେ ସଂକ୍ରମଣର ମାତ୍ରା ହ୍ରାସ ପାଇବ ବୋଲି ସେ କହିଛନ୍ତି । ଉଲ୍ଲେଖ ଯେ, ମଇ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସେ ଏହା ପୂର୍ବରୁ ଘୋଷଣା କରିଥିଲେ । ଅନ୍ୟପକ୍ଷେ ସମଗ୍ର ଭାରତବର୍ଷରେ କୋଭିଡ଼-୧୯ କରୋନା ରୋଗର ଭୟଙ୍କର ମହାମାରୀ ପବନ ବେଗରେ ବ୍ୟାପିବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱରେ ଗତି କରୁଥିବା ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ରେକର୍ଡ ପରିମାଣରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ସର୍ବାଧିକ ହାରରେ ୧୭୬୧ ସଂଖ୍ୟକ ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ଭାରତରେ ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି । ପୁଣି ଦେଶରେ ୨ ଲକ୍ଷ ୫୯ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ନୂତନ ଭାବେ କରୋନା ପଜିଟିଭ ଚିହ୍ନଟ ହେବା ଯୋଗୁଁ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାରର ଉର୍ଦ୍ଧ୍ୱକୁ ବଢ଼ି ଯାଇଛି । ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ୧ କୋଟି ୩୧ ହଜାରକୁ ପହଞ୍ଚିଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ଝାଡ଼ଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ । ତେବେ ଏହି ଲକଡାଉନ ସମୟରେ କେତେକ ଅତ୍ୟାବଶ୍ୟକ ସେବା ଓ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । ଧର୍ମାନୁଷ୍ଠାନ ଖୋଲା ରହିଲେ ବି ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଖଣି ଖନନ, ର୍ନିମାଣ ଓ କୃଷି କାର୍ଯ୍ୟ ଜାରି ରହିବ । ଝାଡ଼ଖଣ୍ଡରେ ଗତ ୨୪ ଘଣ୍ଟାରେ ପ୍ରାୟ ୨୪୬୭ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୦,୪୭୭ ରେ ପହଞ୍ଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୨୮ ଲକ୍ଷ ୭ ହଜାର ଡୋଜ୍‌ କରୋନା ଟିକା ଦିଆଯାଇଛି । ସେହିପରି ଛତିଶଗଡରେ କରୋନା ସଂକ୍ରମଣ ମଧ୍ୟ ଅତ୍ୟନ୍ତ ଗମ୍ଭୀରଜନକ ହୋଇପଡିଛି । ଦୈନିକ ସଂକ୍ରମଣର ମାତ୍ରା ରେକର୍ଡ ସ୍ତରରେ ବୃଦ୍ଧି ପାଇଥିବା ଯୋଗୁଁ ଏହା ନିହାତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ତେବେ ସମସ୍ତ ଜିଲ୍ଲାରେ ପୃଥକ ପୃଥକ ଭାବେ ଲକଡାଉନ ତାରିଖ ଘୋଷଣା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିନା ଭକ୍ତରେ ରୁକୁଣା ରଥଯାତ୍ରା

ବିନା ଭକ୍ତରେ ରୁକୁଣା ରଥଯାତ୍ରା

Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସମୀକ୍ଷା:  ଫେରିବେ ପ୍ରବାସୀ, ପ୍ରସ୍ତୁତ ରୁହ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସମୀକ୍ଷା: ଫେରିବେ ପ୍ରବାସୀ, ପ୍ରସ୍ତୁତ ରୁହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page