ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଗାମୀ ଦୁଇ ମାସ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ୫ କିଲୋ ରାସନ ଦେବାକୁ ଘୋଷଣା କରିଛନ୍ତି । ଗରିବଙ୍କୁ ମେ ଓ ଜୁନ ଦୁଇ ମାସ ରାସନ ଦିଆଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୮୦ କୋଟି ଲୋକ ଲାଭବାନ ହେବେ । ଗତ ବର୍ଷ ମଧ୍ୟ ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ରାସନ ଦିଆଯାଇଥିଲା । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ କରୋନା ଭାଇରସର ଦ୍ୱିତୀୟ ଲହର ଦେଇ ଗତି କରୁଥିବା ବେଳେ ଅଭାବୀଙ୍କୁ ପୋଷଣ ଯୁକ୍ତ ରାସନ ମିଳିବ ଅତ୍ୟନ୍ତ ଗୁତୁ‰ପୁର୍ଣ୍ଣ କେନ୍ଦ୍ର ସରକାର ଏହି ଯୋଜନାରେ ୨୬ ହଜାର କୋଟି ଖର୍ଚ୍ଚ କରିବେ । ଶୁକ୍ରବାର ଦିନ ମୋଦି କରୋନା ଲଢେଇରେ ସବୁ ରାଜ୍ୟଙ୍କୁ ପୁରା ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି ଯଦି ଆମେ ‘ଗୋଟିଏ ରାଷ୍ଟ୍ର’ ଭାବେ କାମ କରିବା ତାହେଲେ ସମାଧାନର ଅଭାବ ରହିବନି । ମୋଦି ସବୁଠାରୁ ଅଧିକ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ମୋଦି କହିଛନ୍ତି କରୋନାର ପ୍ରଥମ ଲହର ସମୟ ରେ ସଂଯୁକ୍ତ ପ୍ରୟାସ ଓ ସଂଯୁକ୍ତ ରଣନୀତି ଯୋଗୁଁ ଭାରତ ସଫଳତା ପାଇଥିଲା । ଏହି ସିଦ୍ଧାନ୍ତରେ କାମ କଲେ ଦ୍ୱିତୀୟ ଲହର ସହ ମଧ୍ୟ ମୁକାବିଲା କରିହେବ । ମୋଦି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟ ସହ ଲଗାତାର ସମ୍ପର୍କ କରୁଛନ୍ତି ଓ ବାସ୍ତବିକ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମୟ ସମୟରେ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦେଉଛନ୍ତି ।