ପାଟଣା: ଏକ ଯାତ୍ରିବାହୀ ଗାଡ଼ି ପୋଲ ଉପରେ ଯାଉଥିବା ବେଳେ ଗଙ୍ଗୀ ନଦୀ ଉପରେ ଖସି ପଡ଼ିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଯାତ୍ରୀବାହୀ ଗାଡ଼ିରେ ମୋଟ୍ ୨୫ ଜଣ ଥିଲେ ବୋଲି ସୂଚନା ରହିଛି । ପାଟଣାର ଦାନାପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ପିପା ବ୍ରିଜ ଦେଇ ଏହି ଯାତ୍ରିବାହୀ ଜିପଟି ଅତିକ୍ରମ କରୁଥିଲା ।
ଗାଡିଟି ଭାରସାମ୍ୟ ହରାଇ ନଦୀରେ ଖସି ପଡିଥିବା ନେଇ ସୂଚନା ରହିଛି । ଯାତ୍ରୀମାନେ ଏକ ପ୍ରି େୱଡିଂ ସମାରୋହରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ନଦୀରେ ଗାଡ଼ିଟି ଖସି ପଡ଼ିବା ପରେ ଉଦ୍ଧାରକାରୀ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ନଦୀରୁ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ଲୋକଙ୍କୁ ଖୋଜା ଚାଲିଥିବା ସୂଚନା ରହିଛି । ତେବେ ଦୁର୍ଘଟଣାଟି ଅତି ଭୟଙ୍କର ଥିବା ସ୍ଥାନୀୟ ବାସିନ୍ଧା ଏବଂ ଜନସାଧାରଣ ପ୍ରକାଶ କରିଛନ୍ତି ।
କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !! କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।
Read More...