ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

April 26, 2021, ଦେଶ, , Anupambharat News Bureau


ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର
Anupambharat News Bureau
April 26, 2021


୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ଘୋଷଣା କରିଛନ୍ତି । ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ୍‌-୧୯ ଧ୍ୱଂସ ସାଧନ କରୁଥିବା ବେଳେ, ସମସ୍ତଙ୍କୁ ଟିକା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ଅଟେ । କେବଳ ଟିକାକରଣ ଦ୍ୱାରା ହିଁ ଏହି ରୋଗକୁ ପରାସ୍ତ କରିହେବ । ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଦିଲ୍ଲୀ ସରକାର ସ୍ଥିର କରିଛନ୍ତି । ୧.୩୪ କୋଟି ଟିକା ଖରିଦ କରିବା ଲାଗି ଆଜି ସକାଳେ ଦିଲ୍ଲୀ ସରକାର ଅନୁମୋଦନ କରିଛନ୍ତି । ମେ ପହିଲାରୁ ଦେଶରେ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆଗରୁ ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାହାଯ୍ୟ କରିବାକୁ ଆମେରିକା ରାଜି

ସାହାଯ୍ୟ କରିବାକୁ ଆମେରିକା ରାଜି

Read More...

କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page