ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

April 26, 2021, ବିଦେଶ, , Anupambharat News Bureau


ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌
Anupambharat News Bureau
April 26, 2021


ନୂଆଦିଲ୍ଲୀ: କରୋନା ବିସ୍ତାରକାରୀ ଦେଶ ଚୀନ ଭାରତ ପ୍ରତି ଆହୁରି କଠୋର ହେବାରେ ଲାଗିଛିା ସହଯୋଗ କରିବା ପାଇଁ ଉପର ଠାଉରିଆ ଭାବେ କହୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ଚୀନର ଦୋମୁହାଁ ନୀତି । ୧୫ ଦିନ ପାଇଁ ଭାରତକୁ ଆସିବାକୁ ଥିବା ସମସ୍ତ କାର୍ଗୋ ବିମାନ ବାତିଲ କରିଛି ଚୀନ ।
ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାର୍ଗୋ ବିମାନ ଗୁଡିକରେ ଜରୁରୀ ଚିକିତ୍ସା ଉପକରଣ ଆସିଥାଏ । ଯେଉଁଥିରେ ଅକ୍ସିଜେନ ଉତ୍ପାଦନ ପାଇଁ ଆବଶ୍ୟକୀୟ ସରଞ୍ଜାମ ମଧ୍ୟ ରହିଛି । ତେବେ ବର୍ତ୍ତମାନ ଚାଇନାର ସିଚୁଆନ୍‌ ଏୟାରଲାଇନ୍ସ ଭାରତକୁ କାର୍ଗୋ ବିମାନ ଆସିବା ନେଇ ୧୫ ଦିନ ପାଇଁ ରୋକ ଲଗାଇବା ପରେ ସ୍ଥିତି ଜଟିଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସିଚୁଆନ ଚୁଆନାହାଙ୍ଗ୍‌ ଲଜିଷ୍ଟିକ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭାରତକୁ ଯିବାକୁ ଥିବା ମୋଟ ୬ଟି ରୁଟ୍‌ ଉପରେ ରୋକ୍‌ ଲଗାଯାଇଛି । ଚୀନରୁ ଅନେକାଂଶରେ ଅକ୍ସିଜେନ ସରଞ୍ଜାବ ଆସୁଥିଲା ।
ତେବେ ବର୍ତ୍ତମାନ କାର୍ଗୋ ଫ୍ଲାଇଟ୍‌ ଗୁଡିକ ବନ୍ଦ ହେବା ପରେ କଣ କରାଯିବ ସେ ନେଇ ଚିନ୍ତା ବଢିବାରେ ଲାଗିଛି । ଦେଶରେ ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ୟୋଗପତିମାନେ ଚୀନରୁ ଆବଶ୍ୟକୀୟ ସରଞ୍ଜାମ ଆଣିବା ନେଇ ଘୋଷଣା କରିଥିଲେ । ଏଭଳି ସଙ୍କଟଜନକ ସ୍ଥିତିରେ ଚୀନର ଏଭଳି ନିର୍ଣ୍ଣୟ ଚିନ୍ତା ବଢାଇ ଦେଇଛି । କାରଣ ଏହା ପୂର୍ବରୁ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯଥାସମ୍ଭବ ସହଯୋଗ କରିବାକୁ ଘୋଷଣା କରିଥିଲା ଚୀନ ।
କି;ୁ ବର୍ତ୍ତମାନ ଚୀନର ଦୋମୁହାଁ ନୀତି ଦେଖିବାକୁ ମିଳିଛି । ୧୫ ଦିନ ପାଇଁ କାର୍ଗୋ ଫ୍ଳାଇଟ୍‌ ଉଡାଣ ଉପରେ ରୋକ ଲଗାଇଛି ଏବଂ ଗାଇଡ୍ଲାଇନ୍‌ ଶେଷ ହେବା ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ପରୀକ୍ଷା ବାତିଲ କର:   ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ପରୀକ୍ଷା ବାତିଲ କର: ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

Read More...

ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ  ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page