ବାଧୁଛି ବିଜୁଳି ଦର ବୃଦ୍ଧି

April 26, 2021, ଓଡ଼ିଶା, , Anupambharat News Bureau


ବାଧୁଛି ବିଜୁଳି ଦର ବୃଦ୍ଧି
Anupambharat News Bureau
April 26, 2021


ଭୁବନେଶ୍ୱର, ୨୬ା୪ (ସ୍ୱତନ୍ତ୍ର ପ୍ରତିନିଧି): ଦିଲ୍ଲୀରେ ଲୋକଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦୁ୍ୟତ୍‌ ମାଗଣାରେ ଯୋଗାଇ ଦେଉଛି ଆପ୍‌ ସରକାର । ଦିଲ୍ଲୀରେ ବିଦୁ୍ୟତ୍‌ ଉପିାଦନ ସୁବିଧା ନାହିଁ । ବିଡ଼ମ୍ବନାର ବିଷୟ ବିଦୁ୍ୟତ୍‌ ବଳକା ରାଜ୍ୟ ବୋଲାଉଥିବା ଓଡ଼ିଶାରେ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ଛ’ ମାସ ମଧ୍ୟରେ ଦୁଇ ଦୁଇ ଥର ବଢୁଛି ବିଜୁଳି ଟାରିଫ୍‌ । ଓଏସଇବି ବା ଓଡ଼ିଶା ରାଜ୍ୟ ବିଦୁ୍ୟତ୍‌ ବୋର୍ଡ ଥିବା ସମୟରେ ଉପଭୋକ୍ତା ଏଭଳି ଦୁର୍ଦ୍ଦଶା ଭୋଗୁ ନଥିଲେ । ଏପରିକି ବିତରଣକାରୀ ସଂସ୍ଥା ସେସୁ, େୱସ୍କୋ, ନେସ୍କୋ ଓ ସାଉଥ୍‌କୋ ସହିତ ଆର୍‌ୟୁପିଏଲ୍‌ ଏବଂ ଏନ୍‌ଜେନ୍‌ କମ୍ପାନି କାମ କରୁଥିବା ବେଳେ ବି କେବେ ମାତ୍ର ୬ମାସ ଭିତରେ ଦୁଇ ଥର ବିଲ୍‌ ବଢି ନଥିଲା । ଗତବର୍ଷ ବିଦୁ୍ୟତ୍‌ ବିତରଣ କ୍ଷେତ୍ରରେ ଟାଟା ପାୱାର୍‌ ୫୧% ଅଂଶଧନ ସହ ପ୍ରବେଶ କରିବା ପରେ କମ୍ପାନିର ଏକଟାଟିଆ କାରବାର ପାଇଁ ବାଟ ଖୋଲିଲା । ଏବେ ଟାଟାର ବଡ଼ଭାଇପଣିଆ ଆଗରେ ରାଜ୍ୟ ସରକାରୀ ଏକପ୍ରକାର ଅସହାୟ ପାଲଟି ଯାଇଛନ୍ତି । କ୍ଷୋଭର ବିଷୟ, ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ ଗଠିତ ବିଦୁ୍ୟତ୍‌ ନିୟାମକ ପ୍ରାଧିକରଣ (ଓଇଆର୍‌ସି) ଦରବୃଦ୍ଧି ସପକ୍ଷରେ ମତ ଦେଇଛି । ରାଜ୍ୟ ସରକାର ବି ନିଜ ମୁଣ୍ଡରୁ ଦୋଷ ଖସାଇ ହାତ ଟେକି ଦେଇଛନ୍ତି ।
ପ୍ରଶ୍ନ ଉଠୁଛି, କରୋନାରେ କଷାଘାତରେ ଜର୍ଜରିତ ଜନତା ଘୋର ଦୁର୍ଦ୍ଦଶାରେ ଥିବାବେଳେ କାହା ସ୍ୱାର୍ଥରେ ଏ ଦରବୃଦ୍ଧି ? ଜୀବନଜୀବିକା ହରାଇ ଲୋକେ କଷ୍ଟରେ ଥିବା ବେଳେ ବେପରୁଆ ଦରବୃଦ୍ଧି କୋଟି କୋଟି ଉପଭୋକ୍ତାଙ୍କୁ ବାଧିଛି । ବିଦୁ୍ୟତ୍‌ର ବିକଳ୍ପ ନଥିବାରୁ ଲୋକେ ଅଗତ୍ୟା କମ୍ପାନିର ଜୁଲମ୍‌ ସହିବାକୁ ବାଧ୍ୟ ହେଉଥିଲେ ବି ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ଦାୟିତ୍ୱ ନେଇଥିବା କିଛି କମ୍ପାନି ପରିଚାଳନା ବ୍ୟୟ ହ ୍ରାସ କରି ବିଦୁ୍ୟତ ଅପଚୟକୁ ରୋକି ବିଦୁ୍ୟତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଇଏସ୍‌ କମ୍ପାନି ମାଛ ତେଲରେ ମାଛ ଭାଜି ଓଏସ୍‌ଇବିର ଭିତ୍ତିଭୂମିକୁ ଉପଭୋଗ କଲା । ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ, କାର୍ଯ୍ୟକାଳ ଭିତରେ କମ୍ପାନି ଖୁଣ୍ଟଟିଏ ବି ନ ପକାଇ କୋଟି କୋଟି ଟଙ୍କା ଲୁଟି ପଳାଇଲା । ଉଜୁଡ଼ି ଯାଇଥିବା ବିଜୁଳି କ୍ଷେତ୍ରକୁ ସଜାଡ଼ିବା ବାହାନାରେ ସରକାର ଟାଟା ସହିତ ୨୫ ବର୍ଷିଆ ରାଜିନାମା କଲେ ଏବଂ ଉପଭୋକ୍ତା ମହରଗରୁ ଯାଇ କାନ୍ତାରରେ ପଡ଼ିଲେ ।
ଅବଶ୍ୟ, ଉଦାରୀକରଣ ପରେ ଦେଶରେ ସରକାରୀ କଳର ସହଯୋଗରେ ଘରୋଇ କମ୍ପାନିଙ୍କୁ ଅଧିକ ପ୍ରୋତ୍ସାହନ ମିଳିଛି । ପରିବହନ, ବିଦୁ୍ୟତ୍‌ ଓ ଶିକ୍ଷା ଭଳି କ୍ଷେତ୍ରରେ ସରକାର ଘରୋଇକରଣକୁ ଉତ୍ସାହିତ କରି ନିଜେ ହଟି ଯାଉଛନ୍ତି । ଏହାଫଳରେ କମ୍ପାନୀର ମନମୁଖୀ କାରବାରରେ ଲୋକେ ଅତିଷ୍ଠ ହେଲେ ମଧ୍ୟ କଷ୍ଟ ସହିବାକୁ ବାଧ୍ୟ୍ୟ ହେଉଛନ୍ତି । ବିଶେଷ କରି କରୋନାର ବିଭୀଷିକା ସମୟରେ, ବିଦୁ୍ୟତ୍‌ କ୍ଷେତ୍ରରେ ଏହି ଅବ୍ୟବସ୍ଥା ରାଜ୍ୟ ସରକାରଙ୍କ ଜନମଙ୍ଗଳ ନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି । ଓଡ଼ିଶା ସରକାର ଚାହିଁଲେ ଦିଲ୍ଲୀ ଭଳି ୨୦୦ ୟୁନିଟ୍‌ ନ ହେଉ, ୫୦ ୟୁନିଟ୍‌ ବିଦୁ୍ୟତ୍‌ ମାଗଣାରେ ଯୋଗାଇ ପାରନ୍ତେ ଓ ସ୍ଲାବ୍‌ ହିସାବ ଠକେଇରୁ ଲୋକଙ୍କୁ ରକ୍ଷା କରି ପାରନ୍ତେ । ସ୍ଲାବ୍‌ ହିସାବର କୁଶଳୀ ଠକେଇ ଏମିତି ଚାଲିଛି । ୫୦ ୟୁନିଟ୍‌ ବ୍ୟବହାର ପାଇଁ ଦେୟ ୧୫୦ ଟଙ୍କା ସହ କିଲୋୱାଟ୍‌ ପ୍ରତି ଲୋଡ୍‌ ପାଇଁ ୨୦ ଟଙ୍କା ଏମିତି ୧୭୦ ଟଙ୍କା ହେଉଛି । ହେଲେ ୧୦୦ ୟୁନିଟ୍‌ ବ୍ୟବହାର କଲେ ବିଲ୍‌ ୩୨୦ ଟଙ୍କା ନ ହୋଇ କମ୍ପାନିକୁ ସୁହାଉଥିବା ହିସାବରେ ୫୦୦ ଟଙ୍କା ହେବ । ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଥିବା ଏହି ଠକେଇରୁ ଲୋକଙ୍କୁ ରକ୍ଷା କରିବା ସରକାରଙ୍କ ନୈତିକ ଦାୟିତ୍ୱ । ଗରିବ କଲ୍ୟାଣ ମନ୍ତ୍ର ଘୋଷୁଥିବା ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ପୂର୍ବରୁ ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ଘୋଷଣା କରିଥିବା ସରକାର କରୋନା ପ୍ରଥମ ଲହର ସମୟରେ ଫେରନ୍ତା ପ୍ରବାସୀ ଶ୍ରମିକ ଓ ଆକ୍ରାନ୍ତଙ୍କ ପାଇଁ ପ୍ରତି ପଞ୍ଚାୟତରେ ଟିଏମ୍‌ସି ଖୋଲି ଥିଲେ ଓ ମାଗଣା କରୋନା ଚିହ୍ନଟ ବ୍ୟବସ୍ଥା କରାଇ ଥିଲେ । ନିକଟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସାବାଳକଙ୍କୁ ମାଗଣାରେ କରୋନା ଟୀକା ଦେବାକୁ ଘୋଷଣା କରିଛନ୍ତି । ତେବେ, ଏଭଳି ଜନମଙ୍ଗଳ କାର୍ଯ୍ୟରେ ଲିପ୍ତ ସରକାର କରୋନା ଭଳି ଭୟାନକ ସ୍ଥିତିରେ ଓ ପ୍ରଚଣ୍ଡ ଗ୍ରୀଷ୍ମକାଳରେ ପୁଣି ଥରେ ୟୁନିଟ୍‌ ପିଛା ୩୦ ପଇସା ଦରବୃଦ୍ଧିକୁ ଆଖିବୁଜି ଗ୍ରହଣ କଲେ କେମିତି ? କରୋନା କଷଣରେ ସଢୁଥିବା ଗରିବ ଲୋକଙ୍କ ପ୍ରତି ନିଜର ନୈତିକ ଦାୟିତ୍ୱକୁ ସରକାର ଭୁଲିଗଲେ କି ? ନିକଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ, ୬ମାସ ମଧ୍ୟରେ ଦୁଇ ଦୁଇ ଥର ବିଦୁ୍ୟତ ଶୁÂ ବଢାଇବା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନକ । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟି ଦେଇ ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର କରିବା ପାଇଁ ସବୁ ମହଲରେ ସ୍ୱର ଉଠୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ :  ବୁଧବାରରୁ ରେଜିଷ୍ଟ୍ରେସନ୍‌

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ : ବୁଧବାରରୁ ରେଜିଷ୍ଟ୍ରେସନ୍‌

Read More...

ଯୁକ୍ତ ଦୁଇ ପରୀକ୍ଷା ବାତିଲ କର:   ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ପରୀକ୍ଷା ବାତିଲ କର: ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page