ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେଛ ହେଲେ ଟିକା ଉତ୍ପାଦନରେ ବିଳମ୍ବହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି । ରୁଷିଆର କରୋନା ସଞ୍ଜିବନୀ ଟିକା ‘ସ୍ପଟନିକ ଭି’ ମେ ୧ରେ ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି । ଡାଇରେକଫ ଇନଭେଷ୍ଟେମେଣ୍ଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି ଦାମ ଭାରତରେ ୭୫୦ ଟଙ୍କା ପାଖାପାଖି ରହିପାରେ । ଯାହାକି କୋଭିଶିଲï ପାଖରୁ ଅଧିକ ଦାମ୍ । କି;ୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି । ଯାହାକି କୋଭିଶିଲï ପାଖରୁ ଅଧିକ । ସ୍ପୁଟନିକ ଟିକାକୁ ଲୋକ ଦେଶରେ ଆବଶ୍ୟକତା ଥିବ ଟିକାର ଚାହିଦାକୁ ପୂରଣ କରିବ ବୋଲି ଆଶା ରହିଛି ।