ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

April 28, 2021, ଦେଶ, , Anupambharat News Bureau


ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ  ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା
Anupambharat News Bureau
April 28, 2021


ବେଙ୍ଗାଲୁରୁ: ବର୍ଷରେ ଅଧିକ ଦିନ ହେବ ସାରା ଭାରତବର୍ଷ କୋଭିଡରେ ଛଟପଟ ହେଉଛ । କେବଳ ଜୀବନ ନୁହେଁ ଜୀବିକା ଉପରେ ମଧ୍ୟ ଏହି ଉହାନ ଭାଇରସ ପ୍ରଭାବ ପକାଇଛି । ଯାହାର ତାଜା ନମୁନା କର୍ଣ୍ଣାଟକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା)ରେ ପଞ୍ଜିକରଣ ହୋଇଥିବା ନାମର ତାଲିକା ।
୮ ଜଣ ଗ୍ରାଜୁଏଟ, ୧୨ ଜଣ ପିଜି ଏବଂ ୪ ଜଣ ପିଏଚଡି କରିଥିବା ବ୍ୟକ୍ତି ଏହି ତାଲିକାରେ ସାମିଲ୍‌ ହୋଇଥିବା ଜଣାପଡ଼ିଛିଛ ଏବେ ସେମାନେ କଣ ପାଠ ପଢ଼ିଛନ୍ତି ତାକୁ ଗୁରୁତ୍ୱ ନଦେଇ କେମିତି ଚଳିବେ ସେ ବାବଦରେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ।
ମନରେଗାରେ ପଞ୍ଜିକରଣ ହୋଇଥିବା ଏହି ଶିକ୍ଷିତ ଯୁବକମାନେ କର୍ଣ୍ଣାଟକର ହାବେରି ସ୍ଥିତ ହଙ୍ଗାଲ ତାଲୁକର । ଗତବର୍ଷ ପ୍ରଥମେ କୋଭିଡ କାରଣରୁ ସାରା ଦେଶରେ ଲକଡାଉନ୍‌ ଏବଂ ଶଟଡାଉନ ଲାଗୁ ହୋଇଥିଲା । ଏହି ସମୟରେ କମ୍ପାନୀ ଗୁଡ଼ିକ ଛଟେଇ କରିବା ପରେ ଅନେକ ବେରୋଜଗାର ହୋଇଥିଲେ । ଏହାରି ଭିତରେ ବର୍ଷେ ବିତିଗଲାଣି । କି;ୁ ସ୍ଥିତିରେ ପରିବର୍ତ୍ତନ ଆସିନି । ତେଣୁ ନୂଆ ଚାକିରୀ ପାଇଁ ମଧ୍ୟ ବିଜ୍ଞପ୍ତି ବାହାରିନି । ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି, କୋଭିଡର ଦ୍ୱିତୀୟ ଲହର ଆସିଛି । ଏହି ସମୟରେ ରାଜ୍ୟ ସରକାର ବିଭିନ୍ନ ନିୟମ ଲାଗୁ କରିଛନ୍ତି । ଯେଉଁଥିପାଇଁ ଅନେକ ଶିକ୍ଷିତ ଯୁବକ ଚାକିରି ହରାଇଛନ୍ତି । ଆଉ ଲୋକେ କିଭଳି ଚଳିବେ ଚିନ୍ତା କରି ମନରେଗାରେ କାମ କରିବାକୁ ବାଧ୍ୟ ହୋଇଛନ୍ତି । ଗତ ବର୍ଷ ଲକଡାଉନ୍‌ ଘୋଷଣା ହେବା ପରେ ମନରେଗା ଅଧୀନରେ ହାଭେରୀ ଜିଲ୍ଲାର ୩,୬୪୯ ଲୋକ ନାମ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଏହା ବୃଦ୍ଧି ପାଇ ୪,୮୪୨ ରହିଛି । ଦ୍ୱିତୀୟ ଲହର ପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ଚାକିରୀ ହୋଇଛନ୍ତି ଆଉ ନିଜ ନିଜ ଗାଁ ଓ ସହରକୁ ଫେରି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାଜୁଏଟ ଏବଂ ପିଜି କରିଥିବା ବ୍ୟକ୍ତି ବୋଲି ଜିଲ୍ଲା ପରିଷଦର ସିଇଓ ସିଇଓ ମହମ୍ମଦ ରୋଶନ କହିଛନ୍ତି । ସେ କହିଛନ୍ତି ଯେ ମାଲାଗୁଣ୍ଡ ଗ୍ରାମ ପଞ୍ଚାୟତରେ ଗ୍ରାଜୁଏଟ ଏବଂ ଏହାଠାରୁ ଅଧିକ ପାଠ ପଢ଼ିଥିବା ୨୪ ଜଣ ବ୍ୟକ୍ତି ମନରେଗାରେ ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ କିଛି ପିଏଚଡି ଧାରୀ ମଧ୍ୟ ଅଛନ୍ତି । ଏମାନେ ସମସ୍ତେ ଏବେ ଟ୍ୟାଙ୍କର ନଷ୍ଟ କରିବା, ଗଛ ଲଗାଇବା ଆଦି ଶାରୀରିକ କାମରେ ସାମିଲ୍‌ ଅଛନ୍ତି । ତେବେ ମନରେଗାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ଗ୍ରାଜୁଏଟ, ପିଜି ଏବଂ ପିଏଚଡି ଧାରକ ରହିଛନ୍ତି ବୋଲି ପିଡିଓ ରେଣୁକା ଇଲାଗର କହିଛନ୍ତି ।
ସିଦ୍ଧଲୀଶେଶ ପୂଜାର ନାମକ ଜଣେ ଶ୍ରମିକ କହିଛନ୍ତି ଯେ ସେ ନିକଟରେ ତାଙ୍କ ନାମ ମନରେଗାରେ ପଞ୍ଜିକରଣ କରିଛନ୍ତି । ସେ କହିଛନ୍ତି ଯେ କୌଣସି ସ୍ଥାନରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାରିନି । ମୋର ଯୋଗ୍ୟତା ବିଷୟରେ ମୁଁ ବ୍ୟସ୍ତ ନୁହେଁ । ମୁଁ କେବଳ ମୋ ପରିବାର ପାଇଁ ରୋଜଗାର ଉପରେ ଧ୍ୟାନ ଦେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେବଳ ପେଟପୁରା  ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

କେବଳ ପେଟପୁରା ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

Read More...

ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ  ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page