କୋଭିସିଲï ଟିକା ଦାମ କମିଲା

April 28, 2021, ଦେଶ, , Anupambharat News Bureau


କୋଭିସିଲï  ଟିକା ଦାମ କମିଲା
Anupambharat News Bureau
April 28, 2021


ନୂଆଦିଲ୍ଳୀ,୨୮ା୪: ଆସନ୍ତା ମଇ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ ତଥା କୋଭିଡ଼ ଗଣ ଟିକା ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ) ବୁଧବାର କୋଭିସିଲïର ଦରକୁ ହ୍ରସା କରିଛି । ପୂର୍ବରୁ ଏସ୍‌ଆଇଆଇ ରାଜ୍ୟକୁ ଯୋଗାଉଥିବା ପ୍ରତି ଡୋଜ ପିଛା ୪୦୦ ଟଙ୍କା ନେଉଥିବା ବେଳେ ଏହାକୁ ୩୦୦ ଟଙ୍କାକୁ ହ୍ରାସ କରିଛି । ଟୁଇଟରେ ଏନେଇ ଘୋଷଣା କରି ଏସ୍‌ଆଇଆଇ ମୁଖ୍ୟ ଅଦର ପୁନାୱାଲ ଉଲ୍ଳେଖ କରିଛନ୍ତି ଯେ, ସଂସ୍ଥାର ଜନହିତକାର କାର୍ଯ୍ୟ ସରୂପ ଚାରି ଶହ ଟଙ୍କା ମୂଲ୍ୟରେ ରାଜ୍ୟକୁ ଦିଆଯାଉଥିବା ଟିକାର ଦାମକୁ ୩୦୦ ଟଙ୍କା କରାଯାଇଛି ଏବଂ ତତ୍‌କ୍ଷଣାତ ଏହାକୁ ଲାଗୁ କରାଯାଇଛି । ଫଳରେ ଏ ଦିଗରେ ରାଜ୍ୟ ସରକାର ବ୍ୟୟ କରୁଥିବା ହଜାରେ କୋଟି ଟଙ୍କା ବଳକିବ । ଫଳରେ ଅଧିକ ଟିକାକରଣ ହେବ ଏବଂ ଅସଂଖ୍ୟ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । ଅନ୍ୟପକ୍ଷେ ସେରମ୍‌ ଇନଷ୍ଟିଚୁ୍ୟଟ୍‌ ସିଇଓ ଆଦାର ପୁନାୱାଲାଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ପୁନାୱାଲାଙ୍କୁ ସିଆରପିଏଫ ପକ୍ଷରୁ ସୁରକ୍ଷା ପ୍ରଦାନ କରିବ ।ଦେଶରେ କୋଭିଟ ସଙ୍କଟ ଭୟଙ୍କର ରୂପ ନେବାରେ ଲାଗିଥିବାରୁ ଗତ ୨୫ରେ କୋଭିସିଲï ଟିକା ପ୍ରସ୍ତୁତ ଲାଗି ଭାରତକୁ କଞ୍ଚା ମାଲ ଦେବାକୁ ସହାୟତା ଘୋଷଣା କରିଥିଲାା କେନ୍ଦ୍ରର ପରାମର୍ଶ କ୍ରମେ ଏସ୍‌ଆଇଆଇ ଏଭଳି ଦାମ୍‌
ହ୍ରାସ କରିଥିବା କୁହାଯାଇଛି । ତେବେ ଏସ୍‌ଆଇଆଇ ଏହି ଘୋଷଣା ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ପ୍ରକାଶଥାଉକି କୋଭିସିଲï ଟିକା ସରକାରଙ୍କୁ ୪୦୦ ଏବଂ ବେସରକାରୀ ସଂସ୍ଥାକୁ ୬୦୦ ଟଙ୍କାରେ ବିକ୍ରି କରିବ ବୋଲି ସଂସ୍ଥା ପୂର୍ବରୁ ଘୋଷଣା କରିଥିଲାା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

Read More...

କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page