ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ୍ । ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍ ଆସିଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଗାଇଡଲାଇନ୍ ଅନୁସାରେ ସେ ଆଇସୋଲେସନରେ ରହିଛନ୍ତି । ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ କରୋନା ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନା ପଜିଟିଭ ଥାଇ ମଧ୍ୟ ସେ ସେ ସୁସ୍ଥ ଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।