କୋଭିଡ୍‌ ମୁକାବିଲା : ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

April 29, 2021, ଓଡ଼ିଶା, , Anupambharat News Bureau


 କୋଭିଡ୍‌ ମୁକାବିଲା :  ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା
Anupambharat News Bureau
April 29, 2021


ଭୁବନେଶ୍ୱର, ୨୯ା୪(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ କୋଭିଡ୍‌ ନିୟମକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଡିଜିପି ଅଭୟ । କରୋନା ମୁକାବିଲାପାଇଁ ୩ଟି ମୁଖ୍ୟ ବିନ୍ଦୁ ଉପରେ ଗୁରୁତ୍ୱ ଦେଇ ଡିଜିପି ଅଭୟ କହିଛନ୍ତି ଯେ ସମସ୍ତେ ମାସ୍କ ପିନ୍ଧ;ୁ , ସାମାଜିକ ଦୂରତା ରକ୍ଷା କର;ୁ ଏବଂ ସରକାରଙ୍କ ନାଇଟ୍‌ କର୍ଫୁ୍ୟ ଓ ସଟ୍‌ଡାଉନ୍‌ ନିୟମକୁ ପାଳନ କର;ୁ । କୋଭିଡ୍‌ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଗିରଫ କରିବା, ଫାଇନ୍‌ କାଟିବା ଆମକୁ ଦୁଃଖ ଦେଉଛି । ତେଣୁ ଲୋକ ନିୟମକୁ ଠିକ୍‌ ଭାବେ ପାଳନ କର;ୁ । ଏହାସହ ଲୋକେ ନିୟମ ନମାନିଲେ କୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍‌ ଡିଜି କହିଥିଲେ ଯେ ପୋଲିସ ବାହିନୀର ମୁଖ୍ୟ କାମ ହେଉଛି ଅପରାଧୀଙ୍କୁ ଧରିବା ଓ ଅପରାଧକୁ ରୋକିବା । ଏହି କାମ କରି ପୋଲିସ ବାହିନୀ ସନ୍ତୋଷ ପାଇଥାଏ । ମାତ୍ର ସାଧାରଣ ଲୋକମାନଙ୍କୁ ଦଣ୍ଡିତ କରିବାକୁ ପୋଲିସକୁ ଭଲ ଲାଗୁନାହିଁ, କି;ୁ ଏପରି କରିବାକୁ ବାଧ୍ୟ ହେଉଛି, କାରଣ ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଲୋକ ଅମାନିଆ ହେଉଛନ୍ତି । ଚଳିତ ଏପ୍ରିଲ ମାସରେ ମାସ୍କ ନ ପିନ୍ଧିବାରୁ ପ୍ରାୟ ୫ କୋଟି ୨୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ନ କରିବା ପାଇଁ ମୋଟ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଅନ୍ୟପକ୍ଷରେ କଟକଣା ମାନୁନଥିବାରୁ ୩୫୦ ଦୋକାନୀ, କୋଚିଂ ସେଣ୍ଟରକୁ ସିଲ କରାଯାଇଛି ଓ ପ୍ରାୟ ୪୧୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏପ୍ରିଲ ମାସରେ ୧୮ ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି ଓ ୭ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ଅନ୍ୟପକ୍ଷରେ ଏପ୍ରିଲରେ ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ ହୋଇଛି ବୋଲି ପୋଲିସ୍‌ ଡିଜି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

Read More...

କ୍‌ଜିଟ୍‌ ପୋଲ୍‌  : ପଶ୍ଚିମବଙ୍ଗରେ ପୁଣି ମମତା

କ୍‌ଜିଟ୍‌ ପୋଲ୍‌ : ପଶ୍ଚିମବଙ୍ଗରେ ପୁଣି ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page