ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

May 05, 2021, ଦେଶ, , Anupambharat News Bureau


ବେଙ୍ଗଲରେ କଡାକଡି ହେଲା କରୋନା କଟକଣା
Anupambharat News Bureau
May 05, 2021

କୋଲକାତା: ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମମତା ବାନାର୍ଜୀ । ନିର୍ବାଚନ ପରେ ପରେ ପଶ୍ଚିମବଙ୍ଗରେ ଆଂଶିକ କରୋନା କଟକଣା ଲାଗିଥିବା ବେଳେ ଶପଥ ଗ୍ରହଣ ପରେ ସମୀକ୍ଷା ବୈଠକ କରିଛନ୍ତି ମମତା ।
ଏହି ବୈଠକରେ କରୋନାକୁ ମାତ ଦେବା ପାଇଁ କଡ଼ା କଟକଣା ଲଗାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହା ସହ ମମତା କହିଛନ୍ତି ବେଙ୍ଗଲକୁ ଆସିବାକୁ ଥିବା ଅକ୍ସିଜେନ୍‌ ଅନ୍ୟ କେଉଁଆଡ଼େ ଯାଉଥିବା ବେଳେ ଆମେ ଇଣ୍ଟଷ୍ଟ୍ରିଆଲ୍‌ ଅକ୍ସିଜେନ୍‌ ବ୍ୟବହାର କରୁଛୁ ।
କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ ସମସ୍ତ ସ୍ପା, ପାର୍ଲର, ସପିଂ ମଲ୍‌ ଆଦି ବନ୍ଦ ରହିବ । ଏହା ସହ ସମସ୍ତ ପ୍ରକାର ସାର୍ବଜନୀକ କାର୍ଯ୍ୟକ୍ରମ ପରବର୍ତ୍ତୀ ନିର୍ଦେଶ ଯାଏ ହୋଇପାରିବ ନାହିଁ । ପୋଲିସର ଅନୁମତି ମିଳିଲେ ବିବାହ କାର୍ଯ୍ୟକ୍ରମ ହୋଇପାରିବ ଏବଂ ଏଥିରେ କେବଳ ୪୦ ଲୋକ ସାମିଲ ହୋଇପାରିବେ ।
ବଜାର ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଦୋକାନ ସକାଳ ୭-୧୦ ଏବଂ ସନ୍ଧ୍ୟା ୫-୭ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ପରବର୍ତ୍ତୀ ନିର୍ଦେଶ ଯାଏ ଲୋକାଲ୍‌ ଟ୍ରେନ୍‌ ସେବା ବନ୍ଦ ରହିଛି । ଏହା ସହ ମେଟ୍ରୋ ଏବଂ ବସ୍‌ ଅଧା କ୍ଷମତାରେ ଯାତାୟତ କରିବ । ମେ ୭ ମଧ୍ୟରାତ୍ରୀରୁ କୌଣସି ଯାତ୍ରୀଙ୍କୁ ଏୟାରପୋର୍ଟରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ବିନା ରାଜ୍ୟରେ ଏଣ୍ଟ୍ରି ମିଳିବ ନାହିଁ ।
ଏହି ଟେଷ୍ଟ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କରୋନା ରୋଗୀଙ୍କ ପାଇଁ ସିଟ୍‌ ବଢ଼ାଇ ୩୦ ହଜାର କରିଦିଆଯାଇଛି । ରାଜ୍ୟରେ ଭ୍ୟାକସିନ୍‌ର ଦ୍ୱିତୀୟ ଡୋଜ୍‌କୁ ପ୍ରାଥମିକତା ଦିଆଯାଉଛି । ଆମ ଭାଗ ଅକ୍ସିଜେନ୍‌ ଅନ୍ୟମାନେ ନେଇଯାଉଛନ୍ତି, ଆମେ ଇଣ୍ଡଷ୍ଟ୍ରିଆଲ୍‌ ଅକ୍ସିଜେନ୍‌ ବ୍ୟବହାର କରୁଛି ବୋଲି ମମତା କହିଛନ୍ତି ।
ଏହା ସହ କରୋନା ଟେଷ୍ଟ ଅବଧି କମ୍‌ କରିବାକୁ ବିକଳ୍ପ ଯୋଜନା କରାଯିବ । ୪ ଘଣ୍ଟାରେ ରିପୋର୍ଟ ମିଳିବା ଭଳି ବ୍ୟବସ୍ଥା କରାଯିବ । ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । କାରଣ ସେମାନେ ଲୋକଙ୍କ ଗହଣରେ ଅଧିକ ରହୁଛନ୍ତି ବୋଲି ମମତା କହିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସୁବେରେ ହୋଇଥିବା ରାଜନୈତିକ ହିଂସାକୁ ଦେଖି ମୁଖ୍ୟମନ୍ତ୍ରୀ ଜଗମୋହନଙ୍କୁ ହଟାଇ ବିରେନ୍ଦ୍ରଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି । ଜାଭେଦ ଶମିମଙ୍କୁ ଏଡିଜି ଲ ଆଣ୍ଡ ଅର୍ଡର ଦାୟିତ୍ୱ ଦିଆଯାଇଛି । ସମସ୍ତ ଜିଲ୍ଳାର ଏସପିଙ୍କୁ ହିଂସା ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

Read More...

୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page