ବାପାର ଜୁଇକୁ ଡେଇଁଲା ଝିଅ

May 05, 2021, ଦେଶ, , Anupambharat News Bureau


ବାପାର ଜୁଇକୁ ଡେଇଁଲା ଝିଅ
Anupambharat News Bureau
May 05, 2021


ବାରମେର୍‌ (ରାଜସ୍ଥାନ): ରାଜସ୍ଥାନର ବାରମେରକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଜଣେ ୩୪ ବର୍ଷୀୟା ଯୁବତୀ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନିଜ ପିତାର ଜଳୁଥିବା ଜୁଇକୁ ଡେଇଁ ପଡ଼ିଛନ୍ତି । ଯାହା ଫଳରେ ଯୁବତୀ ଜଣକ ଗୁରୁତର ହୋଇ ପଡ଼ିଛନ୍ତି । ପୁଲିସର କହିବା ଅନୁଯାୟୀ, ଏହି ଘଟଣା ସନ୍ଧ୍ୟାରେ ଘଟିଛି ।
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କି;ୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଯୁବତୀଙ୍କୁ ଯୋଧପୁର ପଠାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, କୋଭିଡ୍‌-୧୯ରେ ସଂକ୍ରମିତ ୭୩ ବର୍ଷୀୟ ଦାମୋଦର ଦାସଙ୍କର ସକାଳେ ଦେହାନ୍ତ ହୋଇଥିଲା । ଦାମୋଦରଙ୍କ ତିନି ଝିଅ ଅଛନ୍ତି । ସବୁଠାରୁ ସାନ ଝିଅ ଚନ୍ଦ୍ରକଳା ଅନ୍ତିମ ସଂସ୍କାର ପାଇଁ ଯିବାକୁ ଜିଦ୍‌ ଧରି ବସିଲେ, କାରଣ ପରିବାରରେ କୌଣସି ପୁରୁଷ ସଦସ୍ୟ ନଥିଲେ । କି;ୁ ଶ୍ମଶାନରେ ନିଜ ପିତାଙ୍କର ଜୁଇକୁ ଚନ୍ଦ୍ରକଳା ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ କୌଣସି ପ୍ରକାରରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ ଏବଂ ପରେ ପୁଲିସ୍‌ ଓ ଆମ୍ବୁଲାନ୍ସକୁ ଡକାଇଥିଲେ ।
ଯୁବତୀଙ୍କୁ ପ୍ରଥମେ ବାରମେର ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଚନ୍ଦ୍ରକଳାଙ୍କୁ ଯୋଧପୁର ପଠାଇ ଦିଆଯାଇଥିବା ପୁଲିସ୍‌ କହିଛି । ରାଜସ୍ଥାନରେ ଅନାବଶ୍ୟକ ଭାବେ ବାହାରେ ବୁଲୁଥିବା ୧୯୦୦ ଲୋକଙ୍କୁ ସଂକ୍ରମିତ ବିସ୍ତାର କରିବା ଅଭିଯୋଗରେ ଆନୁଷ୍ଠାନିକ କ ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଥିବା ଲାଠର କହିଛନ୍ତି, ଗତ ୨୪ ଘଣ୍ଟାରେ ବିନା ମାସ୍କରେ ଘରୁ ବାହାରୁଥିବା ଅଥବା ଠିକ୍‌ ଭାବେ ମାସ୍କ ପିନ୍ଧିନଥିବା ୨୭୦୧ ଜଣ ଲୋକଙ୍କ ବିରୋଧରେ ମହାମାରୀ ଆକଫ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

Read More...

କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page