ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

May 23, 2019, ଓଡ଼ିଶା, , Anupambharat News Bureau


ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ
Anupambharat News Bureau
May 23, 2019

ଭଦ୍ରକ, ୨୧ା୫ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇଥିବା ଚଳିତବର୍ଷର ମ୍ୟାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଏହି ଜିଲାର କାଜଲ ପ୍ରଥମ କିନ୍ନର ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଜିଲାର ଚାନ୍ଦବାଲିର ଦାଖା ହାଇସ୍କୁଲରେ ପାଠ ପଢି ଚରମ୍ପା ବାଳିକା ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିଲେ କୁନା ଚନ୍ଦ୍ର ନାୟକ ଓରଫ କାଜଲ । ସେ ଆଜି ପ୍ରକାଶ ପାଇଥିବା ମ୍ୟାଟ୍ରିକ୍‌ ଫଳାଫଳରେ ଡି ଗ୍ରେଡ୍‌ରେ ୨୪୪ ନମ୍ବର ପାଇ ପାସ୍‌ କରିଛନ୍ତି । କାଜଲ ଏବେ ଯାଜପୁର ଜିଲା କିନ୍ନର ସଂଘର ସଭାପତି ସହ ରାଜ୍ୟ କିନ୍ନର ସଂଘର ସଭାପତି ଅଛନ୍ତି । ତେବେ ଏବର୍ଷ କୋରେଇ ବିଧାନସଭା ଆସନରୁ ବିଏସ୍‌ପିର ବିଧାୟିକା ପ୍ରାର୍ଥୀ ଭାବେ ସେ ପ୍ରତିଦ୍ୱନ୍ଦିତା କରିଛନ୍ତି । ତାଙ୍କର ଏହି ସଫଳତାରେ ସେ ସମସ୍ତଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ବିଦ୍ୟା ଏକ ଅମୂଲ୍ୟ ସଂପତ୍ତି । ଏହାକୁ ଅଗ୍ରାଧିକାର ଦେଇ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟେକ ବର୍ଗର ଲୋକ ସାମିଲ୍‌ ହୋଇ ନିଜକୁ ପ୍ରତିଷ୍ଠିତ କରିବା ଉଚିତ୍‌ । ଯାହା ବହୁ ଘାତ ପ୍ରତିଘାତ ମଧ୍ୟରେ ଆଜି ତାଙ୍କ ଜୀବନରେ ସେ ପ୍ରତିଫଳିତ କରିପାରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

Read More...

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page