ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

May 05, 2021, ଦେଶ, , Anupambharat News Bureau


ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ
Anupambharat News Bureau
May 05, 2021


ଲକ୍ଷ୍ନୌ: ଗୋଟିଏ ପଟେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଯାଇଥିବା ବେଳେ ପ୍ଲାଣ୍ଟରେ ଏହାକୁ ଉତ୍ପାଦନ କରିବାକୁ ଜୋରଦାର ପ୍ରାୟସ କରାଯାଉଛି । କି;ୁ ଏସବୁ ଭିତରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଗୋଟିଏ ଅକ୍ସିଜେନ ପ୍ଲାଣ୍ଟରେ ଭୟଙ୍କର ବିସ୍ପୋରଣ ଘଟିଛି । ଏହି ବିସ୍ପୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆହତ ହୋଇଥିବା ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଲକ୍ଷ୍ନୌର ଛିନହାଟ ଅଞ୍ଚଳରେ ଏହି ଅକ୍ସିଜେନ ପ୍ଲାଣ୍ଟଟି ରହିଛି । ଆଜି ପ୍ଲାଣ୍ଟର କର୍ମଚାରୀ ଗୋଟିଏ ସିଲିଣ୍ଡରରେ ଅକ୍ସିଜେନ ଭର୍ତ୍ତି କରୁଥିବା ବେଳେ ହଠାି ଏହା ବିସ୍ପୋରଣ ହୋଇଥିଲା । ଫଳରେ ପୂରା ପ୍ଲାଣ୍ଟରେ ନିଆ ଲାଗି ସବୁ କିଛି ଛିନଛତ୍ର ହୋଇଯାଇଥିଲା । ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୁଲିସ୍‌ କମିଶନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା । ଉଦ୍ଧାର ବେଳେ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ପ୍ରଥମେ ଆୟତ୍ତ କରିଥିଲେ । ଏବେ ବି ପ୍ଲାଣ୍ଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ । ତେବେ କରୋନା ସମୟରେ ଅକ୍ସିଜେନ୍‌ ଅଭାବ ଯୋଗୁଁ ସରକାରଙ୍କ କଡା ନିର୍ଦ୍ଦେଶ କ୍ରମେ ପ୍ଲାଣ୍ଟ ଗୁଡିକରେ ଖୁବ୍‌ ଶୀଘ୍ର ଅକ୍ସିଜେନ୍‌ ଉତ୍ପାଦନ ପାଇଁ ଚାପ ପଡୁଥିବାରୁ ଯୁଦ୍ଧା କାଳୀନ ଭିତ୍ତିରେ ଉତ୍ପାଦନ କରାଯାଉଛି । ତେଣୁ ଏହିଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି । ତେବେ ପ୍ଲାଣ୍ଟ୍‌ରେ ବହୁ ଅକ୍ସିଜେନ୍‌ ଉତ୍ପାଦନ ହେଉଥିବାରୁ ମେସିନ୍‌ ଅଚଳ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

Read More...

ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page