ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଫୋନ କରିବାକୁ ପଡ଼ିବ

May 05, 2021, ଓଡ଼ିଶା, , Anupambharat News Bureau


ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ  ଫୋନ କରିବାକୁ ପଡ଼ିବ
Anupambharat News Bureau
May 05, 2021


ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀବାସୀଙ୍କ ପାଇଁ ଡିସିପି ଉମାଶଙ୍କର ଦାଶ ଆଉ ଏକ ଘୋଷଣା କରିଛନ୍ତି। ଫୋନ ମାଧ୍ୟମରେ ଥାନାରେ କୌଣସି ଅଭିଯୋଗ କରିବାକୁ ଡିସିପି ଗତକାଲି ପରାମର୍ଶ ଦେଇଥିବା ବେଳେ ଆଜି ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମଧ୍ୟ ରାଜଧାନୀବାସୀ ଅନୁମତି ମାଗିପାରିବେ। ସେଥିପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ, ଫୋନ ଦ୍ଵାରା ରାଜଧାନୀବାସୀ ଅନୁମତି ପାଇପାରିବେ ବୋଲି ଡିସିପି କହିଛନ୍ତି।
ତେବେ ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ କରିବାକୁ ପଡ଼ିବ। ଏହାପରେ ହ୍ବାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ପତ୍ର ଯିବ। ଏହି ପତ୍ରକୁ ଆବେଦନକାରୀ ପୂରଣ କରି ପୁନଶ୍ଚ ପୋଲିସ ପାଖକୁ ପଠାଇବାକୁ ପଡିବ। ତାପରେ କମିଶନରେଟ ପୋଲିସରୁ ଏହି କାର୍ଯ୍ୟ ପାଇଁ ଅନୁମତି ମିଳିବ ବୋଲି ଡିସିପି ଘୋଷଣା କରିଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

Read More...

ଶପଥ ନେଲେ ମମତା

ଶପଥ ନେଲେ ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page