ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

May 06, 2021, ଓଡ଼ିଶା, , Anupambharat News Bureau


ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ
Anupambharat News Bureau
May 06, 2021


ଭୁବନେଶ୍ୱର,୬ା୫(ଅନୁପମ ମିଡ଼ିଆ): ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍‌ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍‌ ଦିଆଗଲାଣି । ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍‌ ୯୭%, ୨ୟ ଡୋଜ୍‌ ୮୫% ନେଇସାରିଲେଣି । ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍‌ ନେଲେଣି । ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍‌ ଟାଇମ ହୋଇଗଲାଣି ।୨ୟ ଡୋଜ୍‌ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି । ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍‌ ଡିଉ ହେଉଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦିଆଯାଉଛି । କୋଭାକ୍ସିନ ଟିକା ୨ୟ ଡୋଜ୍‌ ଦେବାରେ ଏଯାଏ କିଛି ସମସ୍ୟା ନାହିଁ । ଘରୋଇ ହସ୍ପିଟାଲରେ ୧ମ ଡୋଜ୍‌ ନେଇଥିଲେ, ସରକାରୀ ହସ୍ପିଟାଲରୁ ୨ୟ ଡୋଜ୍‌ ନେଇପାରିବେ । ସରକାରୀ ହସ୍ପିଟାଲରୁ ମାଗଣାରେ ୨ୟ ଡୋଜ୍‌ ଟିକା ନେଇପାରିବେ । ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ୧ମ ଡୋଜ୍‌ ନେଇଥିଲେ, ୨ୟ ଡୋଜ୍‌ ମାଗଣାରେ ନେଇପାରିବେ । ବିଏମସି ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲï ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି । ଆମେ ତୁରନ୍ତ ୧୫ ଲକ୍ଷ
ଡୋଜ୍‌ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ ।
ଟିକା ଉତ୍ପାଦନ, ନିୟନ୍ତ୍ରଣ କେନ୍ଦ୍ର ହାତରେ । ସିଏ ଯାହା ଦେବେ ଆମେ ଦେବୁ । ୧୮ରୁ ୪୪ ବର୍ଗର ଲୋକଙ୍କୁ ଏବେ କେବଳ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । କୋଭାକ୍ସିନ ଆସିଛି ଦିଆଯାଉଛି । କୋଭିସିଲï ଆସିନି । ଟିକା ପାଇଁ ଅର୍ଡର ଦିଆଯାଇଛି । ଟିକା ପହଞ୍ଚିଲେ ସେମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଦାୟ ହେଲାଣି ୧୫ କୋଟି

ଆଦାୟ ହେଲାଣି ୧୫ କୋଟି

Read More...

ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page