ଦାରିଦ୍ର ସୀମାରେଖା ତଳେ ଥିବା କରୋନା ସଂକ୍ରମିତ ରୋଗୀଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା । ଏସମ୍ପର୍କରେ ଘୋଷଣା କରିଛନ୍ତି ହରିୟାଣା ସରକାର । ହରିୟାଣାର ଗୃହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି ଯେ ଯେଉଁମାନେ ଘର ଭିତରେ ଆଇସୋଲେଟ୍ ହୋଇ ଅଛନ୍ତି ତାଙ୍କୁ ୫ ହଜାର ଟଙ୍କାର ସାହାଯ୍ୟ ମିଳିବ । ଚିକିତ୍ସା ସହାୟତା ଭାବରେ ଏହି ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । କରୋନା କାରଣରୁ ଅଧିକାଂଶ ପରିବାରର ଲୋକ ଖୁବ୍ ଅସୁବିଧା ଦେଇ ଗତି କରୁଛନ୍ତି । ଏହା ଦେଖି ହରିୟାଣା ସରକାର ଆର୍ଥିକ ସହାୟତା କରିବାର ଘୋଷଣା କରିଛନ୍ତି । ଏହା ବ୍ୟତୀତ ରାଜ୍ୟରେ ଏଭଳି କରୋନା ରୋଗୀ ଯିଏ ଗରିବ ସୀମାରେଖା ତଳେ ରହିଛନ୍ତି ଓ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏହି ସୁବିଧା ପାଇ ନାହାନ୍ତି ତାଙ୍କୁ ରାଜ୍ୟ ସରକାର ଚିକିତ୍ସା କରିବେ ।