ଆଖିବୁଜା ଗୁଳି ମାଡ, ୧୧ ମୃତ

May 12, 2021, ବିଦେଶ, , Anupambharat News Bureau


ଆଖିବୁଜା ଗୁଳି ମାଡ, ୧୧ ମୃତ
Anupambharat News Bureau
May 12, 2021


ମସ୍କୋ: ରୁଷିଆର କାଜାନ ସହରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ କିମ୍ବା ଜଣଙ୍କଠାରୁ ଅଧିକ ବନ୍ଧୁକଧାରୀ ସ୍କୁଲରେ ଗୁଳି ଚଳାଇବା ଫଳରେ ଅତିକମରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ୧୧ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ଏନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଆରଆଇ ନ୍ୟୁଜ୍‌ ଏଜେନ୍ସି ମଙ୍ଗଳବାର ଜରୁରୀକାଳୀନ ସେବା ମନ୍ତ୍ରଣାଳୟକୁ ସୂଚନା ଦେଇଛି । ଏଥିସହିତ ଚାରି ମହଲା ବିଶିଷ୍ଟ ଏକ ସ୍କୁଲର ତୃତୀୟ ମହଲାରୁ ଦୁଇ ପିଲା ବନ୍ଧୁକ ଫୁଟିବାର ଶବ୍ଦ ଶୁଣି ତଳକୁ ଡେଇଁପଡିଥିବାର ଦେଖିବାକୁ ମିଳିଛି । ବନ୍ଧୁକଧାରୀ ମାନେ ମନଇଛା ବନ୍ଧୁକ ଚଳାଉ ଥିବାର ଶବ୍ଦ ଶୁଣାଯାଉଥିବା ଏକ ଭିଡିଓ ମଧ୍ୟ ଆରଆଇ ଦ୍ୱାରା ପ୍ରସାରିତ ହୋଇଛି ।
ଦୁଇଜଣ କିଶୋର ବର୍ଷୀୟ ବନ୍ଧୁକଧାରୀ ଏପରି କାଣ୍ଡ ଘଟାଇଥିବା କିଛି ଋଷିଆ ନ୍ୟୁଜ୍‌ ଏଜେନ୍ସି ଦର୍ଶାଇଥିବା ବେଳେ ଅନ୍ୟ ନ୍ୟୁଜ୍‌ ଏଜେନ୍ସି ଜଣେ ସୁଟରଙ୍କ ଏଥିରେ ସମ୍ପୃକ୍ତି ରହିଥିବା ପ୍ରକାଶ କରିଛନ୍ତି । ଆରଆଇ କହିଛି ଯେ ଜଣେ ୧୯ ବର୍ଷ ବୟସ୍କ ବନ୍ଧୁକଧାରୀଙ୍କୁ ଅଟକ ରଖାଯାଇଛି । ପ୍ରଥମେ ବିଦ୍ୟାଳୟରେ ବିସ୍ପୋରଣର ଶବ୍ଦ ଶୁଣାଯାଇଥିଲା । ସହରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ କିମ୍ବା ଜଣଙ୍କଠାରୁ ଅଧିକ ବନ୍ଧୁକଧାରୀ ସ୍କୁଲରେ ଗୁଳି ଚଳାଇବା ଫଳରେ ଅତିକମରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ୧୧ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫୁଟେଜରେ ଜଣେ ଯୁବକଙ୍କୁ ସ୍କୁଲ ବିଲïିଂ ବାହାରେ ପୋଲିସ୍‌ ଅଧିକାରୀ କାବୁ ଆଣୁଥିବା ଦେଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ କରୋନା

ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ କରୋନା

Read More...

ଅନ୍ତର୍ଜାତୀୟ ନର୍ସ ଦିବସ

ଅନ୍ତର୍ଜାତୀୟ ନର୍ସ ଦିବସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page