୭୮୬ ଡାକ୍ତର କୃତକାର୍ଯ୍ୟ

May 12, 2021, ଓଡ଼ିଶା, , Anupambharat News Bureau


 ୭୮୬ ଡାକ୍ତର କୃତକାର୍ଯ୍ୟ
Anupambharat News Bureau
May 12, 2021


ଭୁବନେଶ୍ୱର ,୧୨ା୫(ଅନୁପମ ମିଡ଼ିଆ): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଡାକ୍ତରୀ ପଦବୀ ପୂରଣ ପାଇଁ ଗତ ଏପ୍ରିଲ ୨୮ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ୭୮୬ ଜଣ ଡାକ୍ତର କୃତକାର୍ଯ୍ୟ ହୋଇଛନ୍ତି । ଓପିଏସସି ପକ୍ଷରୁ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବାକୁ ଫେବୃଆରୀ ୧୯ରେ ଓଡ଼ିଶା ଲୋକସେବା ଆୟୋଗକୁ ପ୍ରସ୍ତାବ ଆସିଥିଲା । କୋଭିଡ୍‌ ସମୟରେ ଏହି ପଦବୀଗୁଡ଼ିକ ଯଥା ଶୀଘ୍ର ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଥିବାରୁ ଯେତେ ସମ୍ଭବ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ନିଯୁକ୍ତି ପରୀକ୍ଷା କରି ଫଳାଫଳ ପ୍ରକାଶ କରିବା ଓଡ଼ିଶା ଲୋକସେବା ଆୟୋଗ ପାଇଁ ଏକ ବଡ଼ ଆହ୍ୱାନ ଥିଲା । ଏଣୁ ଏହି ପରୀକ୍ଷାକୁ କମ୍ପୁ୍ୟଟର ମାଧ୍ୟମରେ କରିବାକୁ ଆୟୋଗ ବିଧିବଦ୍ଧ ପ୍ରସ୍ତାବ ନେଇଥିଲା । ଓଡ଼ିଶା ଡାକ୍ତରୀ ସେବା ନିଯୁକ୍ତି ନିୟମ ଅନୁଯାୟୀ ଲିଖିତ ପରୀକ୍ଷାର ନମ୍ବର (ଯାହାର ଗୁରୁତ୍ୱ ଶତକଡ଼ା ୭୦ ଭାଗ) ଏବଂ କ୍ୟାରିୟର (ଗୁରୁତ୍ୱ ଶତକଡ଼ା ୩୦ ଭାଗ) ଆଧାରରେ ମେଧା ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ଅଛି । ବର୍ତ୍ତମାନ ଲୋକସେବା ଆୟୋଗରେ ଯେ କୌଣସି ପରୀକ୍ଷା ସମ୍ବନ୍ଧୀୟ ଯାବତୀୟ ପ୍ରକ୍ରିୟା ଯଥା-ଆବେଦନ, ଏଡ୍‌ମିଟ୍‌ କାର୍ଡ ପ୍ରେରଣ, ପରୀକ୍ଷା କେନ୍ଦ୍ର ଚୟନ, ପରୀକ୍ଷା ଫଳ ନିର୍ଦ୍ଧାରଣ ଏବଂ ପ୍ରାର୍ଥୀଙ୍କ ନାମ ସୁପାରିଶ ସମସ୍ତ କାର୍ଯ୍ୟ ସିଏସ୍‌ଏମ୍‌ଏସ୍‌ ସଫଫେୱୟାର ମାଧ୍ୟମରେ ଅନ୍‌ଲାଇନ୍‌ ରେ ହୋଇପାରୁଅଛି । ପରୀକ୍ଷା ହେବାର ମାତ୍ର ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ଓଡ଼ିଶା ଲୋକସେବା ଆୟୋଗ ଏହାର ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ଏକ ନମୁନା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ କୋଭିଡ୍‌ ପରିପ୍ରେକ୍ଷୀରେ ଆବଶ୍ୟକ ଥିବା ଡାକ୍ତରୀ ପଦବୀ ଖୁବ୍‌ ଶୀଘ୍ର ପୂରଣ କରବାରେ ସକ୍ଷମ ହୋଇଥିବାରୁ ଏହା ଆୟୋଗର ରାଜ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧତା ବେଶ୍‌ ପ୍ରତିପାଦନ କରିଛି । ଏହି ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଅରିଜିନାଲ ସାର୍ଟିଫିକେଟ୍‌ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯାଞ୍ଚ କରିସାରିଲା ପରେ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୭୮୬ ଜଣ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ଚୂଡାନ୍ତ ଫଳ ଓପିଏସ୍‌ସିର େୱବ୍‌ସାଇଟ୍‌ରେ ଉପଲବ୍ଧ ହେବ । ଆବେଦନ ତାରିଖ ପାଇଁ ଏକ ମାସ ସମୟ ଦେବା ପରେ ୨୮ ଏପ୍ରିଲ୍‌ ୨୦୨୧ ତାରିଖରେ ନିଯୁକ୍ତି ପରୀକ୍ଷା ୧୫ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ୧୪୯୧ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

Read More...

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ :  କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ : କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page