ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

May 13, 2021, ବିଦେଶ, , Anupambharat News Bureau


ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ
Anupambharat News Bureau
May 13, 2021


ଜେରୁସାଲେମ: ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନି । ବିଶ୍ୱ ସମୁଦାୟର ଅପିଲ୍‌ ପରେ ମଧ୍ୟ ହିଂସାତ୍ମକ ପରିସ୍ଥିତି ଜାରି ରହିଛି । ଗୁରୁବାର ଇସ୍ରାଏଲ ଗାଜା ବର୍ଡରରେ ନିଜ ସୈନିକ ସଂଖ୍ୟା ବୃଦ୍ଧି କରିଛି । ଅନ୍ୟପଟେ ହମାସ ପକ୍ଷରୁ ଲଗାତାର ଇସ୍ରାଏଲକୁ ରକେଟ୍‌ ମାଡ଼ ଜାରି ରହିଛି ।
୨୦୧୪ ପରେ ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇରେ ୮୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଶହ ଶହ ଆହତ ହୋଇଛନ୍ତି । ପାଲେଷ୍ଟାଇନ୍‌ ଏନ୍‌କ୍ଲେଭରୁ ଛଡାଯାଇଥିବା ରକେଟ୍‌ ଯୋଗୁ ୫ ଇସ୍ରାଏଲୀ ଆହତ ହୋଇଛନ୍ତି । ବିଲïିଂକୁ ଲକ୍ଷ କରି ଏହି ରକେଟ୍‌ ଛଡ଼ାଯାଇଥିଲା । ରେକେଟ ହମଲା ହେବା ପରେ ଦକ୍ଷିଣ ଇସ୍ରାଏଲରେ ଆଲାରାମ ବାଜିଥିଲା । ଏହା ପରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଏହା ବ୍ୟତୀତ ଇସ୍ରାଏଲ୍‌ ଜୋରଦାର ଏୟାରଷ୍ଟ୍ରାଇକ୍‌ କରି ଗାଜା ସହରର ଏକ ୬ ମହଲା କୋଠାକୁ ମାଟିରେ ମିଶାଇ ଦେଇଛି । ଇସ୍ରାଏଲ୍‌ରେ ଆଭ୍ୟନ୍ତରୀଣ ଅଶାନ୍ତି ଲାଗିରହିଛି । ଅନେକ ସ୍ଥାନରେ ଇହୁଦି ଏବଂ ଆରବଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଖବର ମିଳିଛି । ସୋମବାରଠୁ ଆରମ୍ଭ ହୋଇଥିବା ଏହି ହିଂସାରେ ଗାଜାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।
୭ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରାଏଲ ପକ୍ଷରୁ ସୀମାରେ ସେନା ସଂଖ୍ୟା ବୃଦ୍ଧି କରାଯାଇଛି । ଏଥିରୁ ଆଶଙ୍କା କରାଯାଉଛି ପରିସ୍ଥିତି ୨୦୦୮-୯ କିମ୍ବା ୨୦୧୪ ଭଳି ଭୟଙ୍କର ହୋଇପାରେ । ସେନା ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ କହିଥିବା ବେଳେ ଲେଫଫନାଣ୍ଟ କର୍ଣ୍ଣେଲ୍‌ ଜୋନାଥନ କହିଛନ୍ତି, ଚିଫ ଅଫ ଡିଫେନ୍ସ ଷ୍ଟାଫ୍‌ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସୈନିକଙ୍କୁ ସୂଚନା ଦିଆଯାଉଛି ।
ସେପଟେ ଗାଜା ପ୍ରାଶାସନ ଆକ୍ରମଣରେ କେତେ ଲୋକ ପ୍ରାଣ ହରାଇଛନ୍ତି ସେନେଇ ଯାଞ୍ଚ କରୁଥିବା ଜଣାପଡ଼ିଛି । ଏହା ସହ ବିଷାକ୍ତ ଗ୍ୟାସ୍ରେ ଲୋକଙ୍କ ଜୀବନ ଯାଉଥିବା ମଧ୍ୟ ଆଶଙ୍କା କରାଯାଉଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଆମେ ଆଶା କରୁଛୁ ହମାସ ଏବଂ ଇସ୍ରାଏଲ୍‌ ମଧ୍ୟରେ ଶୀଘ୍ର ସଂଘର୍ଷ ସମାପ୍ତ ହେବ ।
ନିଜକୁ ରକ୍ଷା ଇସ୍ରାଏଲ କରିପାରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି, ହମାସର ସୈନ୍ୟ ଠିକଣା ଉପରେ ଲଗାତାର ଆକ୍ରମଣ ଜାରି ରଖିବେ । ଆମେରିକା ଏବଂ ଇସ୍ରାଏଲ୍‌ ପକ୍ଷରୁ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

Read More...

ଗରୀବଙ୍କ ଉପରେ ଧନୀଙ୍କ ଅତ୍ୟାଚାର : ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ

ଗରୀବଙ୍କ ଉପରେ ଧନୀଙ୍କ ଅତ୍ୟାଚାର : ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page