ଟ୍ୱିନ୍‌ ସିଟି : ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

May 13, 2021, ଓଡ଼ିଶା, , Anupambharat News Bureau


ଟ୍ୱିନ୍‌ ସିଟି :  ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା
Anupambharat News Bureau
May 13, 2021


ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ମନା । ଏହି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ବିଶେଷ କରି ଟୁଇନ୍‌ ସିଟିରେ ସଂକ୍ରମଣ ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି । ଯେଉଁ କାରଣରୁ ରାଜ୍ୟ ସରକାର ପୂରା ରାଜ୍ୟକୁ ଲକଡାଉନ୍‌ କରିଛନ୍ତି । ଲକଡାଉନ୍‌ କଟକଣା ସମୟରେ ଲୋକେ ମର୍ଣ୍ଣିଂ ୱାକ୍‌, ଇଭିନିଂ ୱାକ୍‌ ଓ ସାଇକ୍ଲିଂ କରୁଥିବା ଦେଖିବାକୁ ମିଳିଛି । ଯାହା ସମ୍ପୂର୍ଣ୍ଣ ଗାଇଡଲାଇନର ଉଲ୍ଲଂଘନ । ରାସ୍ତା ଉପରକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ । ତେଣୁ ଏବେ କୌଣସି ଗହଳି କଲା ଭଳି କାର୍ଯ୍ୟ ଅର୍ଥାତ୍‌ ୱାକିଂ ଓ ସାଇକ୍ଲିଂ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ ଦୈତ ନଗରୀର ଜନସାଧାରଣଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌ ୧୦୦ ଓ ୧୧୨ କାର୍ଯ୍ୟ କରୁଛି । ବରିଷ୍ଠ ନାଗରିକ ସେମାନଙ୍କ ଅଭିଯୋଗ ନିମନ୍ତେ ୮୦୯୩୦୨୮୧୦୦ ଓ ବିବାହ ତଥା ଦାହସଂସ୍କାର ସମ୍ପର୍କିତ ସୂଚନା ନିମନ୍ତେ ୮୧୪୪୨୦୭୧୦୦ ନମ୍ବରରେ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରାଯାଇଛି । ସେମାନେ ମଧ୍ୟ ସମସ୍ତଙ୍କୁ କୋଭିଡ୍‌ ନିୟମର କଠୋର ଅନୁପାଳନ ନିମନ୍ତେ ପରାମର୍ଶ ଦେଇଛନ୍ତି । ସେହିପରି ଏଣିକି କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା । ସେହିପରି କୌଣସି ଘରୋଇ ହସ୍ପିଟାଲରେ ଅଧିକ ଅର୍ଥ ନେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସବୁ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍କ୍ୱାଡ୍‌ ଗଠନ ହୋଇଥିବା ଜେଠୱା କହିଛନ୍ତି । ଏଭଳି ଅଭିଯୋଗ ଥିଲେ ଜନସାଧାରଣ ଜଣାଇବାକୁ ସେ କହିଛନ୍ତି । ରାଜ୍ୟରେ ଅମାନିଆଙ୍କଠାରୁ ଗତ ୧୫ ଦିନ ମଧ୍ୟରେ ୨ କୋଟି ୮୦ ଲକ୍ଷ ଜରିମାନା ଆଦାୟ ହୋଇଛି । ଏଥିସହ ୭୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୬୯ ଗିରଫ ଓ ୮୩୦୦ ଗାଡି ଜବତ ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷର୍ା ସମ୍ଭାବନା

ବର୍ଷର୍ା ସମ୍ଭାବନା

Read More...

ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page