ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି । କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିଛନ୍ତି । ଏଥିପାଇଁ ସେ ନିଜର ଇସ୍ତଫା ପତ୍ର ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି । ତେବେ ସୋନିଆ ଗାନ୍ଧି ଓ କଂଗ୍ରେସ ନେତୃବୃନ୍ଦ ଏହାକୁ ଗ୍ରହଣ କରିନାହାନ୍ତି । ଦଳର ସଭାପତି ଇସ୍ତଫା ଦେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହାକୁ ସିଡବ୍ଲì୍ୟସି ନିକଟରେ ଉପସ୍ଥାପନ କରିବାକୁ ସେମାନେ କହିଛନ୍ତି । ଆସନ୍ତା ଗୋଟିଏ ସପ୍ତାହ ପରେ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ । ଏଥିରେ ରାହୁଲଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।