ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନ୍ରେ ମିଳିବ ମଦ । ଲକଡାଉନ ବେଳେ ମଦର ହୋମ୍ ଡେଲିଭରି ଦିଆଯିବ । ଉଭୟ ଅଫ୍, ଅନ୍, ସିଏଲ୍ ଦୋକାନୀ ହୋମ୍ ଡେଲିଭରି ଦେଇପାରିବେ । ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ହୋମ୍ ଡେଲିଭରି ଦେଇପାରିବେ । ଏନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ଅବକାରୀ ସଚିବ ସୁଶୀଲ ଲୋହାନୀ । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବାକୁ କହିଲେ ଅବକାରୀ ସଚିବ । ପ୍ରକାଶଥାଉକି ଗତ ୫ ତାରିଖ ଠାରୁ ରାଜ୍ୟରେ ଲକ୍ଡ଼ାଉନ୍ ଜାରି ରହିଥିବାରୁ ସମସ୍ତ ମଦ ଦୋକାନ ବନ୍ଦ ରହିଛି ।