ଅପରାଧୀ ତଥା ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଭିତରେ ଏନ୍‌କାଉଣ୍ଟର

May 14, 2021, ଦେଶ, , Anupambharat News Bureau


ଅପରାଧୀ ତଥା ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଭିତରେ ଏନ୍‌କାଉଣ୍ଟର
Anupambharat News Bureau
May 14, 2021


ଉତ୍ତରପ୍ରଦେଶ: ଚିତ୍ରକୁଟ ଜେଲରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜେଲ ଭିତରେ ଦୁଇଜଣ କୁଖ୍ୟାତ ଅପରାଧୀ ତଥା ଦୁଷ୍କର୍ମକାରୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ଦୁର୍ବୃତ୍ତ ବାହୁବଳୀ ବିଧାୟକ ମୁଖତାର ଅନସାରୀ ସହଯୋଗୀ ରହିଛି । ଅନସାରୀଙ୍କ ସହଯୋଗୀଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ଜେଲ୍‌ ଭିତରେ ହିଁ ଏନକାଉଣ୍ଟର କରିଛି ପୋଲିସ । ସୂଚନା ଅନୁଯାୟୀ, ନିକଟରେ ସୁଲତାନପୁର ଜେଲରୁ ଚିତ୍ରକୁଟ ଜେଲକୁ ସ୍ଥାନାନ୍ତରିତ ହୋଇଥିବା ପୂର୍ବାଞ୍ଚଳର ବଡ ଗ୍ୟାଙ୍ଗଷ୍ଟର ଅଂଶୁ ଦୀକ୍ଷିତ ଗୁଳି ଚଳାଇଥିଲା । ଫଳରେ ଜେଲରେ ଥିବା ମୁକିମ କାଲା ଏବଂ ମେରାଜଙ୍କ ମୃତ୍ୟୁ ହୋଇଥିଲା । ପଶ୍ଚିମ ଉତ୍ତରପ୍ରଦେଶର ଜଣେ ଜଣାଶୁଣା ଗ୍ୟାଙ୍ଗଷ୍ଟର ଥିଲା ମୁକିମ କାଲା । ସେହିଭଳି ମେରାଜ ହେଉଛି ବାହୁବଲୀ ବିଧାୟକ ମୁଖତାର ଅନସାରୀଙ୍କ ନିକଟତମ ସହଯୋଗୀ । ଜେଲରେ ଫାୟାରିଂ ଖବର ପାଇ ପୋଲିସର ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଅଂଶୁ ପୋଲିସ ଅଧିକାରୀଙ୍କ ଉପରକୁବି ଗୁଳିଚାଳନା କରିଥିଲେ । ଶେଷରେ ଘଟଣାସ୍ଥଳରେ ହିଁ ଅଂଶୁକୁ ଏନକାଉଣ୍ଟର କରିଥିଲା ପୋଲିସ । ସେପଟେ ଘଟଣା ପରେ ଜେଲରେ ଚେକିଂକୁ କଡାକଡି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

Read More...

ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ :  ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page