ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

May 17, 2021, ଓଡ଼ିଶା, , Anupambharat News Bureau


ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର
Anupambharat News Bureau
May 17, 2021


ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ):ଏଣିକି ଲୋକଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରିପାରିବନି ଆମ୍ବୁଲାନ୍ସ । ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି । ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ସେହିପରି ସାଧାରଣ ଓ ଲାଇଫ୍‌ ସପୋର୍ଟ ଥିବା ଆମ୍ବୁଲାନ୍ସ ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ମାରୁତି ଓମନି , ଟାଟା ମ୍ୟାଜିକ୍‌ ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ବାବଦକୁ ୭୫୦ ଟଙ୍କା ଓ ସାଧାରଣ ଲାଇଫ୍‌ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଭଡ଼ା ନେବେ । ବୋଲେରୋ ଭଳି ମଧ୍ୟ ବର୍ଗର ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ନେବେ । ସେହିଭଳି ଲାଇଫ୍‌ ସପୋର୍ଟ ଥିଲେ ୧୦ କିମିକୁ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ୱିଙ୍ଗର , ଟ୍ରାଭେଲର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବେ । ସେଥିରେ ଲାଇଫ ସପୋର୍ଟ ଥିଲେ ୨୦୦୦ ଟଙ୍କା ନେବେ । ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ । ୧୦ କିମିରୁ ଅଧିକ ଦୂର ହେଲେ କିମି ପିଛା ଅତିରିକ୍ତ ଛୋଟ ଆମ୍ବୁଲାନ୍ସ ପାଇଁ ୩୦ ଟଙ୍କା , ମଧ୍ୟମ ଓ ବଡ ଆମ୍ବୁଲାନ୍ସ ପାଇଁ ୫୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି । ଆମ୍ବୁଲାନ୍ସ ଦର ସହ ଅକ୍ସିଜେନ୍‌ , ଆମ୍ବୁଲାନ୍ସ ଉପକରଣ, ପିପିଇ କିଟ୍‌ , ଗ୍ଲୋଭସ୍‌ , ମାସ୍କ ଆଦି ଅନ୍ତର୍ଭୁକ୍ତ ରହିବ । ପ୍ରକାଶଥାଉକି ରୋଗୀଙ୍କ ସମ୍ପର୍କୀୟଙ୍କ ଅବସ୍ଥାକୁ ନବୁଝି ଆମ୍ବୁଲାନ୍ସ ମାଲିକମାନେ ମନଇଛା ଭଡ଼ା ଅସୁଲ କରିବାରେ ଲାଗୁଥିଲେ । ଫଳରେ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରେ ଲାଗୁଥିଲା । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ପାଇଁ ସରକାର ଆମ୍ବୁଲାନ୍ସ ଦର ଧାର୍ଯ୍ୟ କରିଛନ୍ତି । ଏପରିକି ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ନେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

Read More...

ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page