ନୀତି ଆୟୋଗ ରିପୋର୍ଟ : ବିଜେପି-ବିଜେଡ଼ି ଟଣାଓଟରା

June 05, 2021, ଓଡ଼ିଶା, , Anupambharat News Bureau


ନୀତି ଆୟୋଗ ରିପୋର୍ଟ :  ବିଜେପି-ବିଜେଡ଼ି ଟଣାଓଟରା
Anupambharat News Bureau
June 05, 2021


ଭୁବନେଶ୍ୱର,୫ା୬(ଅନୁପମ ମିଡ଼ିଆ): ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି ।
ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟରେ ଅପରାଧ ବଢ଼ୁଛି । ମନରେଗାରେ ନିଯୁକ୍ତି କମିଛି, ନାରୀ ନିର୍ଯାତନା ବଢ଼ିଛି, ବେକାରୀ ବଢ଼ିଛି, ଇଂଟରନେଟ ୟୁଜର୍ସଙ୍କ ସଂଖ୍ୟା କମିଛି । ଏଥିସହ ହତ୍ୟା, ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଅପରାଧ ବଢ଼ିଛି । ଦେଶରେ ତଳ ଆଡୁ ପଞ୍ଚମ ସ୍ଥାନରେ ରହିଛି ଓଡିଶା । ୨୦୧୯ରେ ଏସଡିଜି ଇଣ୍ଡିଆ ର୍ୟାଙ୍କିଂରେ ୧୬ଶ ସ୍ଥାନରେ ଓଡ଼ିଶା ଥିବା ବେଳେ ଏବେ ଓଡିଶା୨୧ଶ ସ୍ଥାନକୁ ଖସି ଆସିଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ବିଜେପି ସାଂସଦଙ୍କ ପ୍ରଶ୍ନରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ସସ୍‌ଟେନେବଲ୍‌ ଡେଭଲପେମେଣ୍ଟଗୋଲ (ଏସ୍‌ଡିଜି) ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶା ୨୦୧୮ରେ ୫୧ ମାର୍କ, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ମାର୍କ ମିଳିଛି । ଓଡ଼ିଶା ୯ କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, ୬ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର । ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନିତି ଆୟୋଗ ପଞ୍ଚାୟତ ସ୍ତରକୁ ଯିବା ଦରକାର । ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । ସାଂସଦ ଷଡଙ୍ଗୀ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉନ୍ନତ ଶିକ୍ଷା, ଲିଙ୍ଗଭତ୍ତିକ ସମାନତା ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡ଼ିଶାର ର୍ୟାଙ୍କ ତଳେ ରହିଛି । ଦାରିଦ୍ର୍ୟ ଦୂରୀକରଣ ତଳ ଆଡୁ ୩, କ୍ଷୁଧାମୁକ୍ତିରେ ତଳ ଆଡୁ ୬ , ଆର୍ଥିକ ବିକାଶରେ ତଳ ଆଡୁ ୨ ରେ ରହିଛି ଓଡ଼ିଶା । ଏ ସବୁକୁ ନେଇ ବିଜେଡି ସରକାରକୁ ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା । ପୂର୍ବରୁ ୬ଟି ପ୍ରଶ୍ନକୁ ମିଶାଇ ସମୁଦାୟ ୧୧ଟି ପ୍ରଶ୍ନର ଉତ୍ତର ମାଗିଛନ୍ତି ଭୁବନେଶ୍ୱର ସାଂସଦ ।ଓଡ଼ିଶାରେ ଲୋକ ସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରଦ୍ର୍ୟ ସୀମାରେଖା ତଳେ । ୨୦୧୯ରେ ସ୍ଥିତି ଯାହା ଥିଲା ଏବେ ବି ସେୟା ଅଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅନେକ ଲୋକ ଏବେ ବି କଚ୍ଚା ଘରେ ରହୁଛନ୍ତି । ଆମ ରାଜ୍ୟରେ ଏକ କୋଟି ବା ୧୪.୨ ପ୍ରତିଶତ ଘର କଚ୍ଚାଘର । ପଶ୍ଚିମବଙ୍ଗରେ କେବଳ ୬ ପ୍ରତିଶତ ,ଆନ୍ଧ୍ର ପ୍ରଦେଶରେ ୩.୨ ପ୍ରତିଶତ ଘର କଚ୍ଚାଘର । କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି । କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ଷୁଧାମୁକ୍ତି ବିଭାଗରେ ୨୮ ରାଜ୍ୟ ତାଲିକାରେ ତଳ ଆଡୁ ୬ ନମ୍ବରରେ ଓଡ଼ିଶା । ପାଖାପାଖି ୪୮ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ । ୫ ବର୍ଷରୁ ଶିଶୁ ମଧ୍ୟରୁ ୨୯ ପ୍ରତିଶତ କୁପୋଷିତ । ପ୍ରାଥମିକ ଓ ମାଧ୍ୟମିକ କ୍ଷେତ୍ରରେ ସ୍କୁଲ ଗଲେ ସମାଜ ଶିକ୍ଷିତ ଆଡକୁ ଗତି କରେ । ୨୦୧୫-୧୬ ଠାରୁ ୮ ଲକ୍ଷ ପିଲା ସ୍କୁଲ ଗଲେ ନାହିଁ । ୫ ଲକ୍ଷ ଘରୋଇ ସ୍କୁଲକୁ ଗଲେ । ୩ ଲକ୍ଷ ପାଠ ଛାଡ଼ିଦେଲେ । ଦେଶର ୮୫ ପ୍ରତିଶତ ସ୍କୁଲରେ ପାଣି ଓ ବିଜୁଳି ଅଛି । ହେଲେ ରାଜ୍ୟରେ ମାତ୍ର ୬୮ ପ୍ରତିଶତ ସ୍କୁଲରେ ପାଣି ଓ ବିଦ୍ୟୁତ ଅଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ନିଜ ନିଜ ଅଂଶ ଦେଉଛନ୍ତି, ତେବେ କେଉଁଠି ଭୁଲ ରହିଯାଉଛି । ୧୦୩.୫% ମହିଳାଙ୍କ ଉପରେ ଅପରାଧ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ ସୁରକ୍ଷା କ୍ଷେତ୍ର ବିଜେଡି ସରକାର କରିପାରୁନାହିଁ । ୮.୩ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଲୁଛି । ୨୦୧୫ରୁ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ଅପରାଧ ବଢ଼ିଚାଲିଛି । ମେକ୍‌ ଇନ ଓଡ଼ିଶା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସତ୍ତେ୍ୱ ଇଜ ଅଫ ଡୁଇଙ୍ଗ ବିଜନେସରେ ଶୂନ । ନୂତନ ଚିନ୍ତାଧାରା କ୍ଷେତ୍ରରେ ଓଡ଼ିଶା ୧୨ ଥିଲା ୧୪କୁ ଖସିଯାଇଛି । ପ୍ରତ୍ୟେକ ଲକ୍ଷେ ଲୋକଙ୍କ ପାଇଁ ୧୨ଟି ବ୍ୟାଙ୍କ ଓଡ଼ିଶାରେ ଅଛି । ଲକ୍ଷେ ଲୋକଙ୍କ ପାଇଁ ୧୬ଟି ଏଟିଏମ ଓଡ଼ିଶାରେ ଅଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ସମ୍ଭାବନା

Read More...

ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page