ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

June 08, 2021, ବିଦେଶ, , Anupambharat News Bureau


ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬
Anupambharat News Bureau
June 08, 2021


ନୂଆଦିଲ୍ଲୀ: ପାକିସ୍ତାନ ପର୍ବତୀୟ ପ୍ରାନ୍ତରେ ଯାଉଥିବା ଏକ ବସ ନଦୀ ଜଳରେ ବୁଡ଼ିଯାଇଛି । ଫଳରେ ୧୭ ଜଣଙ୍କ ମୃତୁ୍ୟ ଘଟିଛି । ଗୋଟିଏ ପରିବାରରୁ ୧୬ ଲୋକଙ୍କ ମୃତୁ୍ୟ ଡ଼ାକରା ଏକାବେଳେ ଆସିଥିଲା । ଖବର ଅନୁସାରେ ଭ୍ୟାନଟି ଚିଲାସ ସହରରୁ ବାହାରି ରାୱଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ କୋହିମାସ୍ତାନ ଜିଲ୍ଲାର ପାନିୱା ଅଞ୍ଚଳରେ ଚାଳକ ଜଣକ ନିୟନ୍ତ୍ରଣ ହରାଇ ବସିଥିଲେ । ଯାହାଫଳରେ ଗାଟିଟି ସିନ୍ଧୁ ନଦୀ ଭିତରକୁ ଖସିଯାଇଥିଲା । ଏହି ଭ୍ୟାନଟି ଭଡ଼ାରେ ନେଇଥିଲେ । ଗୋଟିଏ ପରିବାରରୁ ୧୬ ଜଣ ଯାତ୍ରୀ ଏବଂ ଡ଼୍ରାଇଭର ଥିଲେ ।
ନଦୀରେ ଭ୍ୟାନଟି ବୁଡ଼ିବା ଫଳରେ ୧୬ ଜଣଙ୍କ ସମେତ ଡ଼୍ରାଇଭରଙ୍କ ମଧ୍ୟ ମୃତୁ୍ୟ ଘଟିଛି । ୧୬ ଜଣ ଯାତ୍ରୀଙ୍କ ମଧ୍ୟରେ ପୁରୁଷ, ମହିଳା ଏବଂ ଶିଶୁ ମଧ୍ୟ ଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଅନୁସନ୍ଧାନକାରୀ ଦଳ ନିଖୋଜଯାତ୍ରୀଙ୍କୁ ଖୋଜିଥିଲେ ମଧ୍ୟ ଲଗାତର ବର୍ଷା ସାଙ୍ଗକୁ ନଦୀର ଗଭୀରତା ଯୋଗୁଁ ବଫଳ ହୋଇଥିଲେ । ନଦୀରେ ଭ୍ୟାନ୍‌ ବୁଡ଼ି ୧୭ ମୃତ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଠାଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ

ଉଠାଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ

Read More...

କରୋନାରେ ପ୍ରଭାବିତ ପିଲାଙ୍କ ମୌଳିକ ସୁବିଧା ଯୋଗାଇବା ସୁପ୍ରିମକୋର୍ଟର ନିର୍ଦ୍ଦେଶ

କରୋନାରେ ପ୍ରଭାବିତ ପିଲାଙ୍କ ମୌଳିକ ସୁବିଧା ଯୋଗାଇବା ସୁପ୍ରିମକୋର୍ଟର ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page