ବର୍ଷାରେ ଭୁଶୁଡ଼ିଲା କୋଠା : ୧୧ ମୃତ, ୧୮ ଗୁରୁତର

June 10, 2021, ଦେଶ, , Anupambharat News Bureau


ବର୍ଷାରେ ଭୁଶୁଡ଼ିଲା କୋଠା  :  ୧୧ ମୃତ, ୧୮ ଗୁରୁତର
Anupambharat News Bureau
June 10, 2021


ମୁମ୍ବାଇ,୧୦ା୬: ମୁମ୍ବାଇର ପଶ୍ଚିମ ମଲାଡ ଅଞ୍ଚଳରେ ଗତକାଲି ରାତିରେ ବର୍ଷା କାରଣରୁ ବଡ ଦୁର୍ଘଟଣା ଘଟି ଯାଇଛି । ଏକ ଭୂତଳ କୋଠା ଭୁଶୁଡ଼ି ପଡିବା ଯୋଗୁଁ ଏଥିରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ଶିଶୁ ରହିଛନ୍ତି । ସୂଚନାଯେ, ଗତକାଲି ରାତିରେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଥିବା କଲେକଫର କମ୍ପାଉଣ୍ଡରେ ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ୧୮ ଜଣ ଲୋକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ୧୧ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସବୁଠାରୁ ଦୁଃଖର କଥା ମୃତୁ୍ୟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଶିଶୁ ରହିଛନ୍ତି । ଏହାସହ ଭୁଶୁଡି ପଡିଥିବା କୋଠା ନିକଟରେ ଥିବା ଅନ୍ୟ ଦୁଇଟି ବିପଦଜନକ ଅବସ୍ଥାରେ ଥିବା କୋଠାକୁ ମଧ୍ୟ ଉଦ୍ଧାରକାରୀ ଦଳ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ଗତକାଲି ରାତି ୧୧ ଟାରେ ହୋଇଥିବା ବେଳେ, ଉଦ୍ଧାର ଓ ସହାୟତା କାର୍ଯ୍ୟ ଏବେ ବି ଜାରି ରହିଛି । ଗୁରୁତର ମାନଙ୍କୁ କାନ୍ଦୀବାଲି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେଠିକାର ଡାକ୍ତରଙ୍କ କହିବା ମୁତାବକ ୧୮ ଜଣ ଗୁରୁତର ହୋଇଛନ୍ତି ଓ ୧୧ ଜଣ ମୃତୁ୍ୟ ବରଣ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗୁରୁବାର ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ପୋଲିସ ଘଟଣାର ତଦନ୍ତ କରିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୀଷଣ ବର୍ଷା ଆଶଙ୍କା:   ଛ’ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିିଂ

ଭୀଷଣ ବର୍ଷା ଆଶଙ୍କା: ଛ’ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିିଂ

Read More...

‘ୟାସ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

‘ୟାସ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page