ଭୁବନେଶ୍ୱର, ୧୦ା୬ (ସ୍ୱତନ୍ତ୍ର ପ୍ରତିନିଧି): ପ୍ରଥମ ଲହର ପରେ ଦ୍ୱିତୀୟ ଲହର, ଏମିତି ଲମ୍ବି ଚାଲିଛି କରୋନାର ଆୟୁଷ । କରୋନାଜନିତ ସମସ୍ୟା ଆଗରେ ହାରି ଯାଇଛନ୍ତିି ନିଯୁକ୍ତି ଆଶାୟୀ ଯୁବବର୍ଗ । ସ୍ଥାୟୀ ନିଯୁକ୍ତି କଥା ଛାଡ଼ନ୍ତିୁ ଅସ୍ଥାୟୀ ବା ଠିକା ନିଯୁକ୍ତି ସ୍ୱପ୍ନ ପାଲଟିଛି । ନୂତନ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ । ଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ ଠିକାଭିତ୍ତିକ ନିଯୁକ୍ତି ପ୍ରଦାନ କରିବା ବ୍ୟତୀତ କୌଣସି ବିଭାଗରେ ନୂଆ ନିଯୁକ୍ତି ଦେଇ ନାହାନ୍ତିି । ପୂର୍ବରୁ ଘରୋଇ କ୍ଷେତ୍ରରେ ନିୟୋଜିତ ଅନେକ ଯୁବକଯୁବତୀ ଚାକିରି ହରାଇ ଘରେ ବସିଛନ୍ତିି । ଅନେକ ବ୍ୟକ୍ତି ପୂର୍ବରୁ ପାଉଥିବା ଦରମା ହ ୍ରାସ ପାଇବା ସତ୍ତେ୍ୱ ବିକଳ୍ପ ସନ୍ଧାନ ଓ ଅନ୍ୟତ୍ର ନିଯୁକ୍ତିର ସୁଯୋଗ ନଥିବାରୁ ପୂର୍ବ ତୁଳନାରେ କମ୍ ଦରମାରେ ଘରେ ରହି କାମ କରିବା (ୱାର୍କ ଫ୍ରମ୍ ହୋମ୍) ପାଇଁ ବାଧ୍ୟ ହେଉଛନ୍ତିି । ଗତବର୍ଷ ଜୁଲାଇ ୮ ତାରିଖରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଖର୍ଚ୍ଚକାଟ ବାହାନାରେ ଦୁଇ ବର୍ଷ ପାଇଁ ନୂତନ ନିଯୁକ୍ତି ଉପରେ ନିଷେଧାଦେଶ ଲଗାଇଦେଲେ । ଅବଶ୍ୟ, କେବଳ ସ୍ୱାସ୍ଥ୍ୟ ବିଭାଗ ଏହି କଟକଣାରୁ ମୁକ୍ତ ରହିଥିଲା । ସେହି କଟକଣା ଏବେ ନିଯୁକ୍ତି ଆଶାୟୀଙ୍କ ପାଇଁ କାଳ ପାଲଟିଛି । ନିଯୁକ୍ତିକୁ ଚାହିଁ ବସିଥିବା ଯୁବବର୍ଗ ପାଖରେ କୌଣସି ଉପାୟ ନାହିଁ । ସେମାନଙ୍କ ସହ ସେମାନଙ୍କ ପରିବାର ଲୋକ ବି କାନ୍ଦୁଛନ୍ତିି ।
ଗତବର୍ଷ ବିଧାନସଭାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦେଇଥିବା ସୂଚନା ଅନୁସାରେ, ୨୦୨୦ ଅକେଫାବର୍ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇଁ ଆଶାୟୀ ୮ ଲକ୍ଷ ୯୬ ହଜାର ୮୩୮ ଜଣ ପଞ୍ଜୀକୃତ ବେକାର ଥିଲେ । ପଞ୍ଜୀକୃତ ବେକାରମାନଙ୍କ ମଧ୍ୟରୁ ୨୪ ହଜାର ୪୪ ଜଣ ମାଟ୍ରିକ୍ ଫେଲ୍ ଓ ୧ ଲକ୍ଷ ୯୭ ହଜାର ୭୬୩ ଜଣ ମାଟ୍ରିକ୍ ପାସ୍ । ଅବଶିଷ୍ଟ ସମସ୍ତେ ଯୁକ୍ତ ଦୁଇ କିମ୍ବା ତା’ଠାରୁ ଅଧିକ ପଢି ମଧ୍ୟ ନିଯୁକ୍ତି ପାଇବାରେ ସକ୍ଷମ ହୋଇ ନାହାନ୍ତିି । ଇତିମଧ୍ୟରେ ରାଜ୍ୟରେ ପଞ୍ଜୀକୃତ ବେକାରଙ୍କ ସଂଖ୍ୟା ଆହୁରି ବଢିଥିବ । ତେବେ, ସରକାରୀ ନିୟୋଜନ କାର୍ଯ୍ୟାଳୟ ଜରିଆରେ ନିଯୁକ୍ତିପତ୍ର ପାଇବାକୁ ଆଶା ରଖି ନଥିବା ଅନେକ ଯୁବକଯୁବତୀ ନିଜ ନାମ ପଞ୍ଜୀକୃତ କରାନ୍ତିି ନାହିଁ । ତେଣୁ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ସମସ୍ତଙ୍କୁ ମିଶାଇଲେ ଗତବର୍ଷ ସୁଦ୍ଧା ରାଜ୍ୟର ବେକାରଙ୍କ ସଂଖ୍ୟା ଅତି କମ୍ରେ ୧୦ ଲକ୍ଷ ହେବ । କରୋନା କାଳରେ ସେମାନେ କିଭଳି ହନ୍ତିସନ୍ତି ହେଉଛନ୍ତିି ତାହା କେବଳ ସେମାନେ ଜାଣନ୍ତିି । ୨୦୨୦ ମାର୍ଚ୍ଚ ସୁଦ୍ଧା ୩୩/୩୪ ବର୍ଷ ଛୁଇଁଥିବା ଯୁବକଯୁବତୀମାନେ ଏବେ ଚରମ ହତାଶା ଓ ନିରାଶା ଭିତରେ ଜୀବନ କାଟୁଛନ୍ତିି । ସେତେବେଳେ ନିଯୁକ୍ତି ପାଇବା ନେଇ ସେମାନଙ୍କର ଆଶାଦୀପଟି ମିିମିି ହୋଇ ଜଳୁଥିଲା । ଇତିମଧ୍ୟରେ ପ୍ରାୟ ଦେଢ ବର୍ଷ ବିତି ଗଲାଣି ଏବଂ କରୋନାର କଷାଘାତ ସେମାନଙ୍କ ନିଯୁକ୍ତିର ଶେଷ ସ୍ୱପ୍ନ ମାରି ଦେଇଛି । ବେକାର ଯୁବକଯୁବତୀମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିବାବେଳେ ସେମାନଙ୍କ ସମ୍ଭାବ୍ୟ ଆୟକୁ ଭରସା କରି ବଞ୍ଚି ରହିଥିବା ବୟସ୍କ ପିତାମାତାଙ୍କ ମାନସିକ ଅବସ୍ଥା ତଦ୍ରୁପ । ଜନମଙ୍ଗଳ ରାଷ୍ଟ୍ରରେ ସରକାର ଯଦି ସମସ୍ତଙ୍କ ଆର୍ଥିକ ସୁରକ୍ଷା ପାଇଁ ବ୍ୟବସ୍ଥା କରୁଛନ୍ତିି, ତେବେ ସେମାନଙ୍କ ପାଇଁ କୌଣସି ବିକଳ୍ପ ଚିନ୍ତିା କରୁନାହାନ୍ତିି କାହିଁକି? ସରକାର ଇଛା କଲେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରନ୍ତେି । ଦୁଃଖର ବିଷୟ, କରୋନାକାଳ ଭିତରେ ବୟସ ଗଡ଼ିଯିବା କାରଣରୁ ହତାଶ ବେକାରଙ୍କ ଥଇଥାନ ପାଇଁ ରାଜ୍ୟ ସରକାର କୌଣସି ଦୂରଦୃଷ୍ଟିସମ୍ପନ୍ନ ଯୋଜନା କରି ନାହାନ୍ତିି । ସରକାର ଆଉ କେତେ ବର୍ଷ ଏମିତି କେବଳ ନିଯୁକ୍ତିର ମିଠା ସ୍ୱପ୍ନ ଦେଖାଇ ଯୁବବର୍ଗଙ୍କୁ ମୋହଗ୍ରସ୍ତ କରି ରଖିଥିବେ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି ।