ନକଲି ଔଷଧ କାରବାର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

June 14, 2021, ଓଡ଼ିଶା, , Anupambharat News Bureau


ନକଲି ଔଷଧ କାରବାର ଘଟଣା:  କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
Anupambharat News Bureau
June 14, 2021


ଭୁବନେଶ୍ୱର,୧୪ା୬(ଅନୁପମ ମିଡ଼ିଆ): କଟକରୁ ନକଲି ଔଷଧ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ଔଷଧ ହୋଲସେଲ୍‌ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା । ଔଷଧ ଦୋକାନ ଉପରେ ଡ୍ରଗ୍ସ କଣ୍ଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଥିଲା । ମେଡିସିନ ହୋଲସେଲର ଦୋକାନରୁ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମ୍ୟାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀର ଏହି ମେଡିସିନରୁ ୪୦ ହଜାର ୬୦୦ ଗୋଆଲିଅର ପଠା ଯାଇଥିବା ବେଳେ ବାକି ୧୭ ହଜାର ୪୦୦ ଜବତ ହୋଇଛି । ସେଥିରୁ ୪୦୦ଟି ଟେଷ୍ଟିଂ ପାଇଁ ପଠାଯାଇଛି । ଏହା ବାଦ ବାକି ଭିଟାମିନ ­ ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି ୯ ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍‌ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

Read More...

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page