ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

June 18, 2021, ଓଡ଼ିଶା, , Anupambharat News Bureau


ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ
Anupambharat News Bureau
June 18, 2021


ଭୁବନେଶ୍ୱର,୧୮ା୬ (ଅନୁପମ ମିଡିଆ): ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦଶମ ପରୀକ୍ଷା ମାର୍କ ଭତ୍ତିରେ ମୂଲ୍ୟାୟନ କରାଯିବ । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ଏବଂ ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର ୨ ପରୀକ୍ଷା ଭିତ୍ତିରେ ହେବ । ପୂର୍ବଥର ୨ ପରୀକ୍ଷା ଦେଇଥିଲେ ପାସ୍‌ କରିଥିବା ବିଷୟ ଭିତ୍ତିରେ ମାର୍କିଂ ବୋଲି ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯେଉଁମାନେ ମାର୍କରେ ସ;ୁଷ୍ଟ ନହେବେ, ପରେ ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍‌ ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି । ସିଏଚଏସଇ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁସାରେ ମାଟ୍ରିକ୍‌ ପରୀକ୍ଷାରେ ପ୍ରଦର୍ଶନ ଅନୁଯାୟୀ ଯୁକ୍ତ ୨ ଥିଓରୀ ମାର୍କିଂ କରାଯିବ । ଏକ୍ସରେଗୁଲାର ପିଲାଙ୍କର ପୂର୍ବ ସିଏଚଏସଇ ପରୀକ୍ଷାରେ ପାସ୍‌ କରିଥିବା ବିଷୟ ଆଧାରରେ ଥିଓରୀ ମାର୍କିଂ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କର ପ୍ରାକଫିକାଲ ମାର୍କିଂ ହାୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ହୋଇଥିବା ପରୀକ୍ଷା ଆଧାରରେ ହେବ । ଯେଉଁମାନେ ମାର୍କିଂ ସ;ୁଷ୍ଟ ନହେବେ ପରିସ୍ଥିତି ସୁଧୁରିବା ପରେ ସେମାନେ ଅଫଲାଇନ୍‌ ରେ ପରୀକ୍ଷା ଦେଇପାରିବେ । ପରୀକ୍ଷା ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ସିଏଚଏସଇ େୱସାଇଟ୍‌ରେ ଉପଲବ୍ଧ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ କରୋନା ସ୍ଥିତିକୁ ଦେଇ ସିବିଏସ୍‌ଇ ଓ ସିଆଇଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିଥିଲେ । ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଥିଲା । ଗୁରୁବାର ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇନ ପାଳନ କରିବାକୁ ପ୍ରତିଶୃତି ଦେଲା ଟ୍ୱିଟର୍‌

ଆଇନ ପାଳନ କରିବାକୁ ପ୍ରତିଶୃତି ଦେଲା ଟ୍ୱିଟର୍‌

Read More...

ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page