ବରଯାତ୍ରୀରେ ନାଚି ତହସିଲଦାର ନିଲମ୍ବିତ

June 18, 2021, ଓଡ଼ିଶା, , Anupambharat News Bureau


ବରଯାତ୍ରୀରେ ନାଚି ତହସିଲଦାର ନିଲମ୍ବିତ
Anupambharat News Bureau
June 18, 2021


ଯାଜପୁର,୧୮ା୬ (ଅନୁପମ ମିଡିଆ): କୋଭିଡ଼ କଟକଣା ଉଲ୍ଲଂଘନ ଅଭିଯୋଗରେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ନିଲମ୍ବିତ ହୋଇଛନ୍ତି । ଆଇନ ଉଲ୍ଲଂଘନ କରି ନିଜ ଭାଇ ବାହାଘରରେ ସେ ନାଚଗୀତରେ ମସଗୁଲ ଥିବା ଭିଡ଼ିଓ ଗତ କିଛି ଦିନ ତଳେ ଭାଇରାଲ ହୋଇଥିଲା । ଗତ ମଇ ମାସ ୨୧ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗିନ ଗୀତର ନାଚରେ ମସଗୁଲ ଥିଲେ ତହସିଲଦାର ବୁଲବୁଲ ବେହେରା । କରୋନା କାଳରେ ବିବାହରେ ଲୋକଙ୍କ ଉପସ୍ଥିତି ଓ ଶୋଭାଯାତ୍ରାରେ କଟକଣା ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ସୁକିନ୍ଦା ତହସିଲଦାରଙ୍କ ଭାଇଙ୍କ ବିବାହ ଉତ୍ସବରେ ୨୫ରୁ ଅଧିକ ଲୋକ ଯୋଗ ଦେଇଥିଲେ । ବାଜାବାଣ ଫୁଟାଇ ବରଯାତ୍ରୀ ଦଳ ନିୟମ ଭାଙ୍ଗି ଶୋଭାଯାତ୍ରାରେ ଯାଇଥିଲେ । ବିନା ମାସ୍କରେ ସାମାଜିକ ଦୂରତା ଭୁଲି ବରଯାତ୍ରୀଙ୍କ ସହିତ ତହସିଲଦାର ବୁଲବୁଲ ବେହେରା ଡ୍ୟାନ୍ସ କରିବାର ଭିଡ଼ିଓ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଘଟଣାର ତଦନ୍ତ ପରେ ତହସିଲଦାର ବୁଲବୁଲ ବେହେରାଙ୍କୁ ଆଜି ରାଜ୍ୟ ସରକାର ନିଲମ୍ବନ କରିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ମିଲ୍‍ଖା ସିଂହଙ୍କ ପରଲୋକ

ମିଲ୍‍ଖା ସିଂହଙ୍କ ପରଲୋକ

Read More...

ଆଠଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ :  ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ ­: ମୁଖ୍ୟମନ୍ତ୍ରୀ

ଆଠଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ : ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ ­: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page