ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

June 21, 2021, ଦେଶ, , Anupambharat News Bureau


ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
Anupambharat News Bureau
June 21, 2021


ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମହାମାରୀର ୨ୟ ଲହରରେ ଲକ୍ଷାଧିକ ଲୋକେ ପ୍ରାଣ ହରାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଭୟଙ୍କର କରୋନା ମହାମାରୀ ଆରମ୍ଭ ହୋଇଥିବା ବେଳେ ଏହାର ମୁକାବିଲା ଆମ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା । ଏଭଳି ସମୟରେ ଯୋଗ ଆମକୁ ମାନସିକ ଭାବେ ସଶକ୍ତ କରିବା ସହ ଏହି ମହାମାରୀ ସହ ଲଢିବାକୁ ଶକ୍ତି ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ ଯୋଗ ଆପ୍‌ ର ଶୁଭାରମ୍ଭ କରିଛନ୍ତି । ଏହି ଆପକୁ ଆୟୁଷ ମନ୍ତ୍ରାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ଆପ୍‌ ରେ ଯୋଗାଭ୍ୟାସର ତାଲିମ ଭିଡିଓ ଲୋକଙ୍କ ପାଖରେ ପହଞ୍ଚି ପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ମିଶି ଭାରତ ଗୋଟିଏ ବଡ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକଙ୍କ ନିକଟରେ ଯୋଗର ଭିଡିଓ ପହଞ୍ଚାଇବା ପାଇଁ ଏମ ଯୋଗ ଆପ୍‌ ର ଆରମ୍ଭ କରାଯାଉଛି । ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଆମର ୱାନ ୱାଲï ୱାନ ହେଲଥ୍‌ ଲକ୍ଷ୍ୟକୁ ପୂରଣ କରିବ । ଏହି ଆପରେ ଦୈନିକ ୧୨ ରୁ ୬୫ ବର୍ଷ ବୟସର ଲୋକମାନେ ଭିଡିଓ ଦେଖି ଯୋଗଭ୍ୟାସ କରିପାରିବେ । ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି ଆପ୍‌ କୁ ପ୍ରସ୍ତୁତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

Read More...

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ :  ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ : ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page