ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

May 24, 2019, ଓଡ଼ିଶା, , Anupambharat News Bureau


ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି
Anupambharat News Bureau
May 24, 2019

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ୨୦୦୦ ମସିହାଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୁ ଜନତା ଦଳର ଦବ୍‌ଦବା ଜାରି ରହିଛି । ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ଗୋଟାକୁ ଛାଡ଼ି ସବୁ ଆସନରେ ବିଜେଡି ଏଥର ବାଜିମାତ୍‌ କରିଛି । କେବଳ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଧାନସଭାକୁ ନିର୍ବାଚିତ ହୋଇଥିଲାବେଳେ ଅବଶିଷ୍ଟ ୧୨ ଆସନରେ ବିଜେଡିର ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ଦୁଇ ଲୋକସଭା କ୍ଷେତ୍ରରେ ବିଜେଡି ବାଜିମାତ କରିବାକୁ ସମର୍ଥ ହୋଇଛି । ଆସ୍କା ଲୋକସଭା ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ରିସ୍କ ନେଇ ମହିଳା ସ୍ୱୟଂ ସହାିକା ଗୋଷ୍ଠୀର ଜଣେ ବୃଦ୍ଧାଙ୍କୁ ପ୍ରାର୍ଥୀ କରିଥିଲା । ଏହି ପ୍ରାର୍ଥୀ ହେଲେ ପ୍ରମିଳା ବିଶୋୟୀ(୭୧) । କିନ୍ତୁ ସେ ଏ ନିର୍ବାଚନରେ ବାଜିମାତ୍‌ କରି ଓଡ଼ିଶାରେ ରେକର୍ଡ଼ସଂଖ୍ୟକ ଭୋଟ ହାତେଇ ବିଜୟୀ ହୋଇଛନ୍ତି । ଓଡ଼ିଶାରେ ସବୁ ଲୋକସଭା ପାିଁ ନିର୍ବାଚନ ଳଢ଼ୁଥିବା ପ୍ରାର୍ଥୀଙ୍କ ଠାରୁ ଅଧିକା ଭୋଟ ପାଇ ପ୍ରମିଳା ବିଜୟୀ ହୋଇଛନ୍ତି । ଏଥିରେ ନବୀନଙ୍କ ମହିଳା ଫର୍ମୁଲା କାମ ଦେଇଛି । ପ୍ରମିଳା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅନିତା ଶୁଭଦର୍ଶିନୀଙ୍କୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇ ନବୀନଙ୍କ ଆସ୍ଥାକୁ ରଖିବାରେ ସମର୍ଥ ହୋଇଛନ୍ତି । ସେହିଭଳି ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇ ନବୀନଙ୍କ ନାଁ ରଖିଛନ୍ତି । ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ପାଖାପାଖି ୯୦ ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିବା ଜଣାପଡ଼ିଛି ।
ବ୍ରହ୍ମପୁର ବିଧାନସଭା ଆସନରେ ଷଷ୍ଠଥର ପାଇଁ ବିଜୁ ଜନତା ଦଳ କବ୍‌ଜା କରିଛି । ଗତ ପାଞ୍ଚଥର ଏଠାରୁ ବିଧାୟକ ଭାବେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଏଥର କଂଗ୍ରେସରୁ ଆସିଥିବା ବ୍ରହ୍ମପୁରର ଯୁବନେତା ବିକ୍ରମ ପଣ୍ଡାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ସେ କିନ୍ତୁ ବିଜେଡି ପାଇଁ ଆସେଟ୍‌ ହୋଇଥିବା ଜଣାପଡ଼ିଛି । ବିକ୍ରମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର କାହ୍ନୁ ଚରଣ ପତିଙ୍କୁ ୩୩ହଜାରରୁ ଅଧିକା ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିକ୍ରମ ଗତ ୨୦୦୦ ପରଠାରୁ ବ୍ରହ୍ମପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇ ଆସୁଥିଲେ । କିନ୍ତୁ ଗତ ବର୍ଷ ଏପ୍ରିଲ୍‌ ମାସରେ ସେ ବିଜୁ ଜନତା ଦଳରେ ଯୋଗଦେଇ ଏଥର ଟିକଟ ହାତେଇବାରେ ସଫଳ ହୋଇଥିଲେ । ବିକ୍ରମଙ୍କୁ ୬୩୩୬୭ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୩୦୨୭୮ ଭୋଟ ମିଳିଥିଲା । ଏଠାରେ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀଙ୍କୁ ନିରାଶ ହେବାକୁ ପଡ଼ିଛି । ସେହିଭଳି ଗୋପାଲପୁର ବିଧାନସଭା ଆସନ କଥା ଚର୍ଚ୍ଚା ହେଲେ ଜଣା ପଡ଼ୁଛି ଯେ, ଏଠାରୁ ବି ବିଜେଡି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ପୁନଶ୍ଚ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ବିଭୁତି ଜେନାଙ୍କକୁ ଅନୁ୍ୟନ ଏକ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାଜିତ କରିଥିବା ଜଣାପଡ଼ିଛି । ଏଠାରେ ମୁକାବିଲା କଡ଼ା ଥିଲା । ସମସ୍ତେ ଭାବୁଥିଲେ ପ୍ରଦୀପ ନିର୍ବାଚନ ହାରିଯାଇ ପାରନ୍ତି । କିନ୍ତୁ ସେଭଳି କିଛି ହୋଇନଥିବାବେଳେ ଗୋପାଲପୁରରେ ପୁଣି ବିଜେଡି ବାନା ଉଡ଼ାଇଛି । ଚିରାଚରିତ ଆସନ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ବାଜିମାତ୍‌ କରିଛନ୍ତି । ନବୀନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପୁରୁଖା ନେତା ପିତାମ୍ବର ଆଚାର୍ଯ୍ୟଙ୍କୁ ୫୦ ହଜାରରୁ ଅଧିବା ଭୋଟ ବ୍ୟବଧାନରେ ପରାଜିତ କରିପାରିଛନ୍ତି । ନବୀନ ୬୬.୨୧% ଭୋଟ ପାଇଥିବାବେଳେ ପିତାମ୍ବର ୨୪.୦୪% ଭୋଟ ହାତେଇବାରେ ସମର୍ଥ ହୋଇଥିଲେ । ସେହିଭଳି ସାନଖେମୁଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଧାୟିକା ନନ୍ଦିନୀ ଦେୀଙ୍କୁ ଅନୁ୍ୟନ ୨୧ ହଜାରରେ ଭୋଟରେ ପରାଜିତ କରିଛନ୍ତି । ବହୁଚର୍ଚିିତ ସୋରଡ଼ା ଆସନରେ ବିଜେଡିର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଜିତିଛନ୍ତି । ସେ ବିଜେପିର ନୀଳମଣି ବିଶୋୟୀଙ୍କୁ ପାଖାପାଖି ୧୪ ହଜାର ଭୋଟରେ ପରାଜିତ କରିଥିବା ଜଣାପଡ଼ିଛି । ଅସିକା ଆସନରେ ବିଜେଡିର ମଞ୍ଜୁଳା ସ୍ୱାଇଁ ଜିତିଛନ୍ତି । ସେ ବିଜେପିର ଦେବାରାଜ ମହାନ୍ତିଙ୍କୁ ୧୭ ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିବା ଜଣାପଡ଼ିଛି । ଛତ୍ରପୁର ନିର୍ବାଚନମଣ୍ଡଳିରେ ବିଜେଡିର ସୁବାସ ବେହେରା ବାଜିବାତ୍‌ କରିଛନ୍ତି । ସେ ବିଜେପିର ପ୍ରଶାନ୍ତ କରଙ୍କୁ ୨୪ ହଜାର ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଖଲ୍ଲିକୋଟ ବିଧାନସଭା ଆସନରେ ବିଜେଡି ବିଜୟଲାଭ କରିପାରିଛି । ଏଠାରେ ବିଜେଡି ପ୍ରାର୍ଥର ସୂର୍ଯ୍ୟମଣି ବୈଦ୍ୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ୫୧ହଜାର ଭୋଟ ବ୍ୟବଧାନରେ ଜିତି ରେକର୍ଡ଼ ସଅଷ୍ଟି କରିଛନ୍ତି । କବିସୂର୍ଯ୍ୟନଗର ଆସନରେ ବିଜେଡିର ଲତିକା ପ୍ରଧାନ ବିଜୟୀ ହୋଇଛନ୍ତି । ସେ ବିଜେପିର ରଞ୍ଜନ ପୋଲାଇଙ୍କୁ ୪୮ ହଜାର ଭୋଟ ବ୍ୟବଧାନରେ ହରାଇ ବିଧାନସଭାକୁ ଯାଇପାରିଛନ୍ତି । ଦିଗପହଣ୍ଡିରେ ବିଜେପିର ଜଚାଲ୍‌ ଫେଲ୍‌ ମାରିଛି । ସେଠାରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଜେପିର ପିଙ୍କି ପ୍ରଧାନଙ୍କୁ ସିଧାସଳଖ ୩୬ ହଜାର ଭୋଟ ବ୍ୟବଧାନରେ ହରାଇ ପୁନଶ୍ଚି ବିଧାନସଭାକୁ ନିର୍ବାଚତ ହୋଇଛନ୍ତି । ଅନ୍ୟପକ୍ଷରେ ବହୁଚର୍ଚ୍ଚିତ ଚିକିଟି ଆସନରେ ମନ୍ତ୍ରୀ ଊଷା ଦେବୀ ପୁଣି ଜିତିଛନ୍ତି । ସେ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ୨୧ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି ।
ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ବିଧାନସଭା ଆସନ ହେଉଛି ଭଞ୍ଜନଗର । ସେଠାରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଭାଗ୍ୟପରୀକ୍ଷା କରୁଥିଲେ । ଏ ନିର୍ବାଚନରେ ସେ ବିଜେପିର ପ୍ରଦୁ୍ୟମ୍ନ ନାୟକଙ୍କୁ ୧୦ହଜାର ୫୦୦ରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ସେହିପରି ପୋଲସରା ନିର୍ବାଚନମଣ୍ଡଳିରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ ଏଥର ବି ବିଜୟୀ ହୋଇଛନ୍ତି ସେ ବିଜେପିର ଗୋକୁଳାନନ୍ଦ ମଲିକଙ୍କୁ ୧୧ ହଜାରରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସବୁବେଳେ ଅଣକଂଗ୍ରେସ ଗଡ଼ ଭାବେ ଅଭିହିତ ହୋଇଛି । ବହୁବର୍ଷ ହେଲା ଏ ଜିଲ୍ଲଶ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଆସିଛି । ତେବେ ଏ ନିର୍ବାଚନ ନିଆରା ଥିଲା । ହେଲେ ସବୁ କଳ୍ପନାଜଳ୍ପାନା ସତ୍ତେ୍ୱ ବିଜୁ ଜନା ଦଳ ଏ ଜିଲ୍ଲାରୁ ନବୀନଙ୍କୁ ବହୁ ମର୍ଯ୍ୟାଦା ଦେଇଛି । ବିଜେପିର ସବୁ ଚାଲ୍‌ ଏଠାରେ ଫେଲ୍‌ ମାରିଛି । କିନ୍ତୁ ଆଗକୁ କ’ଣ ଏ ଜିଲ୍ଲା ପାଇଁ ହେଉଛି ତାହା ଦେଖିବାକୁ ବାକି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

Read More...

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page