ଭୁବନେଶ୍ୱର, ୨୮ା୬(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିସିଲï ଟିକାର ଅଭାବ କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଜୁନ ମାସ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï ଟିକା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଧନଙ୍କୁ ପତ୍ର ଲେଖିଛନ୍ତି ।
ସେ ଏହି ପତ୍ରରେ ଲେଖିଛନ୍ତି ଯେ ରାଜ୍ୟରେ ଟିକାକରଣ ଜାରି ରହିଛି । ଜୁନ୍ ୨୧ରୁ ଦୈନିକ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି । ଜୁନରେ ଓଡ଼ିଶା ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍ କୋଭିସିଲï ଟିକା ପାଇଥିବା ବେଳେ ଏହା ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି । ମଙ୍ଗଳବାର କୋଭିସିଲï ଟିକା ସରୁଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ । ସେଥିପାଇଁ କେନ୍ଦ୍ର ଅତିରିକ୍ତ ୬ କୋଭିସିଲï ଟିକା ଜୁନ୍ ମାସରେ ଦେବାକୁ ସେ ଅନୁରଧ କରିଛନ୍ତି ।