ଶରଧାବାଲିରେ ତିନି ରଥ

July 12, 2021, ଓଡ଼ିଶା, , Anupambharat News Bureau


ଶରଧାବାଲିରେ ତିନି ରଥ
Anupambharat News Bureau
July 12, 2021

ପୁରୀ,୧୨ା୭(ଅନୁପମ ମିଡ଼ିଆ): ଶରଧାବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ସାଢ଼େ ୫ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଭୂତପୂର୍ବ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ନିର୍ଦ୍ଧାରିର ସମୟର ୩୦ ମିନିଟ୍‌ ପୂର୍ବରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତି । ତେବେ ନୀତି ନିର୍ଘଣ୍ଟର ଏକ ଘଣ୍ଟା ପଚାଶ ମିନିଟ୍‌ ପୂର୍ବରୁ ରଥ ପ୍ରତିଷ୍ଠା,ଏକ ଘଣ୍ଟା ପଇଁଚାଳିଶ ମିନିଟ୍‌ ପୂର୍ବରୁ ଛେରାପହଁରା ଓ ଦୁଇ ଘଣ୍ଟା ପଞ୍ଚାବନ ମିନିଟ୍‌ ପୂର୍ବରୁ ରଥଟଣା ଆରମ୍ଭ ହୋଇ ଅପରାହ୍ନ ୫ଟା ୩୫ ମିନିଟ୍‌ ସୁଧା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ପ୍ରଭୁବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଦ୍ୱିତୀୟ ବର୍ଷ ଲାଗି ଅର୍ଥାତ୍‌ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କେବଳ ସେବାୟତ ମାନେ ରଥ ଟାଣି ପୁଣି ଇତିହାସରେ ଏକ ନୂତନ ଫର୍ଦ୍ଦ ସଂଯୋଗ କରିଛନ୍ତି । ରଥ ଗଡୁଥିବା ବେଳେ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକ ଓ ସହର ବାସୀ ଯାରି କରାଯାଇଥିବା କର୍ଫୁ୍ୟ ଜନିତ କଟକଣା ଯୋଗୁଁ ନିଜ ନିଜର ଘରେ ଗୃହବନ୍ଦ୍‌ୀ ଜୀବନ ବିତାଇ ଯେଭଳି ଅଖୁଣ୍ଟ ସହଯୋଗ ଜଣାଇଛନ୍ତି ତାହା ରଥଯାତ୍ରା ଇତିହାସରେ ଏକ ବିରଳ ଉଦାହାରଣ ସୃଷ୍ଟି କରିଛି । ଆସନ୍ତାକାଲି ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ବିଜେ କରିବେ ଆଡପ ମଣ୍ଡପକୁ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ପ୍ରତୁ୍ୟଷରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ନୀତିନିର୍ଘର୍ଣ୍ଟ ଅନୁଯାୟୀ ସମ୍ପାଦିତ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି । ୪ଟା ୩୦ ପରିବର୍ତ୍ତେ ଭୋର ୪ ଟାରେ ସଂପର୍ଣ୍ଣ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି । ପରେ ପରେ ମୈଲମ,ତଡପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶଶେଷ ଓ ବେଶ ସକାଳ ୫ଟା ୨୦ ମିନିଟ୍‌ ସୁଧା ଶେଷ ହୋଇଥିଲା । ସକାଳ ୫ଟା୫୦ ମିନିଟ୍‌ ମଧ୍ୟରେ ଗୋପାଳବଲ୍ଲଭ ସକାଳଧୂପରେ କେବଳ ଖେଚେଡି ଭୋଗ ଆରମ୍ଭ ହୋଇ ୬ଟା୨୫ ମିନିଟ୍‌ ମଧ୍ୟରେ ଶେଷ ହୋଇଥିଲା । ୬ଟା ୧୦ ମିନିଟ୍‌ରେ ଶୋତ୍ରୀୟ ବ୍ରାହ୍ମଣମାନେ ତିନି ରଥ ପ୍ରତିଷ୍ଠା କରିଥିଲେ । ୬ଟା ୫୦ରେ ମଙ୍ଗଳାର୍ପଣ କରାଯାଇ ବିଜେ କାହାଳୀ ବାଜି ଆରମ୍ଭ ହୋଇଥିଲା ୭ଟା ସମୟରେ ପହଣ୍ଡି । ସୀମିତ ସଂଖ୍ୟକ ସେବାୟତ ଶ୍ରୀମନ୍ଦିର ରତ୍ନ ସିଂହାସନରୁ ଚତୁର୍ଦ୍ଧାମୂର୍ତିଙ୍କୁ ପହଣ୍ଡି ବିଜେ କରାଇ ଆଣି ରଥାରୂଢ଼ କରାଇଥିଲେ । ବିଜେ କାହାଳୀ, ଘଣ୍ଟ, ଘଣ୍ଟା, ମର୍ଦ୍ଦଳ ଓ ତେଲିଙ୍ଗି ବାଦ୍ୟର ନିର୍ଘୋଷ ମଧ୍ୟରେ ଧାଡି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ପରେ ଟାହିଆ ଓ ଟୋପର ପରିହିତ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ପୂର୍ବାହ୍ନ ୯ଟା ୪୦ମିନିଟ୍‌ ସୁଦ୍ଧା ରଥାରୂଢ଼ ହୋଇଥିଲେ । ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଚଳନ୍ତି ପ୍ରତିମା ମଦନମୋହନ ଓ ପ୍ରଭୁ ବଳଭଦ୍ରଙ୍କ ରଥରେ ରାମକୃଷ୍ଣ ବିରାଜମାନ କରିଥିଲେ । ପହଣ୍ଡି ଆଗରେ ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଶିତ ହୋଇଥିବା ବେଳେ ମଠାଧୀଶମାନେ କରିଥିଲେ ଆଲଟ ଚାମର ସେବା । କୋଭିଡ୍‌ ଜନିତ କଟକଣା ଯୋଗୁଁ ବଡଦାଣ୍ଡ ଥିଲା ଭକ୍ତଶୂନ୍ୟ । ପହଣ୍ଡି ପରେ ଚିତାଲାଗି କରାଯାଇ ଠାକୁର ବେଶ ହୋଇଥିଲେ । ପ୍ରଥମେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ୬ଜଣ ଶିଷ୍ୟଙ୍କ ସହିତ ରଥ ସମ୍ମୁଖରେ ପହଞ୍ଚି ପ୍ରଥମେ ପ୍ରଭୁ ବଳଭଦ୍ର, ପରେ
ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଉପରକୁ ଯାଇ ଦର୍ଶର୍ନ କରିବା ସହିତ ରଥ ପରିକ୍ରମା କରି ଫେରିଥିଲେ । ଶଙ୍କରାଚାର୍ଯ୍ୟ ଦର୍ଶନ କରି ଫେରିବା ପରେ ପାରମ୍ପରିକ ରୀତିରେ ତାମଜାନରେ ଆସି ପହଞ୍ଚିିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ରାଜକୀୟ ବେଶ ପରିହିତ ଗଜପତି ମହାରାଜା ତିନି ରଥରେ ରାଜନୀତି ବନ୍ଦାପନା, କର୍ପୂର୍ର ଆଳତି, ଚାମର ଓ ଆଲଟ ସେବା କରିବା ସହ ସ୍ୱର୍ଣ୍ଣର୍ ସମାର୍ଜନୀରେ ଛେରାପହଁରା କରିଥିଲେ । ଗଜପତି ପ୍ରଥମେ ନନ୍ଦିଘୋଷ, ପରେ ତାଳଧ୍ୱଜ ଓ ଶେଷରେ ଦେବଦଳନ ରଥରେ ଛେରାପହଁରା ସାରି ଶ୍ରୀନଅରକୁ ଫେରିବ ପରେ ଚାରମାଳ ଫିଟାଯାଇ ରଥରେ ଘୋଡା ଲାଗିଥିଲା । ପୂର୍ବାହ୍ନ ୧୨ଟା ୫ମିନିଟ୍‌ରେ ଦଉଡି ଲାଗି ଟଣାଯାଇଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ଟଣାଯିବା ପରେ ୧ଟା ୫ମିନିଟ୍‌ ସୁଦ୍ଧା ରଥରେ ଘୋଡାଲାଗି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଗୋଟାଏ ୫୦ମିନିଟ୍‌ରେ ଘୋଡାଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା । ରଥରେ ଲାଗିଥିବା ରଥ ଦଉଡିର ୨୦ଫୁଟ ଦୂରରେ ରହି ସେବାୟତମାନେ ରଥ ଦଉଡି ଟାଣିଥିଲେ । ଖାଲି ପାଦରେ ସେବାୟତ ମାନେ ରଥ ଟାଣିବା ପୂର୍ବରୁ ଅଗ୍ନିଶମ ବାହିନୀ ପକ୍ଷରୁ ବଡଦାଣ୍ଡରେ ଜଳ ସିଞ୍ଚନ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ତତ୍ତ୍ୱ୍ୱାବଧାନରେ ଯଥାକ୍ରମେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଟଣାଯାଇଥିଲା । ଚଳିତବର୍ଷ ରଥଯାତ୍ରା ପାଇଁ ସୁରକ୍ଷା ଲାଗି ୬୫ପ୍ଲାଟୁନ ପୋଲିସ ଫୋର୍ସ, ୨୨୨ ଜଣ ଏସଆଇଓ ଏଏସଆଇଙ୍କୁ ନିୟୋଜିତ କରାଯାଇଥିଲା । ଏସପି କନଓାର ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ ୧୦ ଜଣ ଅତିରିକ୍ତ ଏସପି ୩୧ ଜଣ ଡିଏସପି,୬୪ ଜଣ ଇନିସପେକଫର ସୁରକ୍ଷା ବ୍ୟବସ୍ଥା ର ତଦାରଖ କରିଥିଲେ । ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର,ପୋଲିସ ମହାନିର୍ଦ୍ଦେଶକ ଅଭୟ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ପି କେ ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି::  ୧୫ ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି:: ୧୫ ପ୍ରସ୍ତାବ ଉପରେ ମୋହର

Read More...

ନିଅଣ୍ଟିଆ ବର୍ଷା, ଚାଷୀକୂଳ ହତାଶ

ନିଅଣ୍ଟିଆ ବର୍ଷା, ଚାଷୀକୂଳ ହତାଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page