ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

July 17, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


 ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର
Anupambharat News Bureau
July 17, 2021


ମୁମ୍ବଇ,୧୭ା୭: ଦେଶର ମୁଦ୍ର ସଂରକ୍ଷଣ ଭଣ୍ଡାର(ଫରେକ୍ସ ରିଜର୍ଭ ରେସିଓ)ରେ ୧.୮୮୩ ବିଲିୟନ ଡଲାର ବୃଦ୍ଧି ସହ ରେକର୍ଡ ସ୍ତର ୬୧୧.୮୯୫ ବିଲିୟନ ଡଲାର ହୋଇଛି । ଜୁନ ୯ରେ ଶେଷ ହୋଇଥିବା ସପ୍ତାହରେ ସ୍ତର ଏହା ଥିବା ବେଳେ ପୂର୍ବ ସପ୍ତାହରେ ୧୦୧୩ ବିଲିୟନ ଡଲାର ବୃଦ୍ଧି ପାଇ ୬୧୦.୦୧୨ ବିଲିୟନ ଡଲାର ରହିଥିଲା । ଫରେନ କରେନ୍ସ ଏସେଟ(ଏଫସିଏ) ବୃଦ୍ଧି ଯୋଗୁଁ ଏହି ବୃଦ୍ଧି ଘଟିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହି ସପ୍ତାହରେ ଏଫସିଏ ୧.୨୯୭ ବିଲିୟନ ଡଲାରରୁ ୫୬୮.୨୮୫ ବିଲୟିନ ଡଲାରକୁ ବୃଦ୍ଧି ପାଇଛି । ୟୁରୋ, ପାଉଣ୍ଡ ଓ ୟାନର ମୂଲ୍ୟ ଉତଥାନ ଓ ପତନ ଯୋଗୁଁ ଭାରତୀୟ ମୁଦ୍ର ସ୍ଥିତିରେ ଉନ୍ନତି ଘଟିଛି । ସେହିପରି ସ୍ୱର୍ଣ୍ଣ ସଂରକ୍ଷଣ ୫୮୪ ନିୟୁତ ଡଲାର ବୃଦ୍ଧି ଘଟିବା ପରେ ମୋଟ ପରିମାଣ ୩୬.୯୫୬ ବିଲିୟନ ଡଲାର ହୋଇଛି । ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି(ଆଇଏମଏଫ)ରୁ ସ୍ୱତନ୍ତ୍ର ଫାଣ୍ଠି ଉଠାଇବା ପରିମାଣ ୧.୫୭ ବିଲିୟନ ଡଲାରରେ ସ୍ଥିର ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇରେ ପ୍ରବଳ ବର୍ଷା :  କୋଠା ଭୁଶୁଡ଼ି ୩୨ ମୃତ

ମୁମ୍ବାଇରେ ପ୍ରବଳ ବର୍ଷା : କୋଠା ଭୁଶୁଡ଼ି ୩୨ ମୃତ

Read More...

ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page