ଯୁକ୍ତ ୩ରେ‘ବିପର୍ଯ୍ୟୟ ପରିଚାଳନା’ ସାମିଲ

July 23, 2021, ଓଡ଼ିଶା, , Anupambharat News Bureau


ଯୁକ୍ତ ୩ରେ‘ବିପର୍ଯ୍ୟୟ ପରିଚାଳନା’ ସାମିଲ
Anupambharat News Bureau
July 23, 2021


ଭୁବନେଶ୍ୱର, ୨୩ା୭(ଅନୁପମ ମିଡ଼ିଆ): ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’ ସାମିଲ ହେବ ଏବଂ ଏହା ବାଧ୍ୟତାମୂଳକ ହେବ । ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଥିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।ରାଜ୍ୟରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରି ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରି ଗଢି ତୋଳିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଭିନ୍ନ ସଂସ୍କାର ଓ ଗଠନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହଛନ୍ତି ।ଶୁକ୍ରବାର ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଚତୁର୍ଥ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡଃ ସାହୁ କହିଲେ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ରାଜ୍ୟରେ ମଡେଲ ସିଲାବସ୍‌ ପ୍ରଚଳନ ସହିତ ପରୀକ୍ଷାରେ ସଂସ୍କାର ଆଣିବା ଉଲ୍ଲେଖନୀୟ ପଦକ୍ଷେପ । ଏଥିସହିତ ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯାଇ ପିଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା କୋଭିଡ ମହାମାରୀ ସମୟରେ ଏକ ବଡ ଉପଲବ୍ଧ ଥିଲା । ପରୀକ୍ଷା ପରିଚାଳନାରେ ସଂସ୍କାର ସହିତ ପ୍ରଶ୍ନବ୍ୟାଙ୍କ ପ୍ରସ୍ତୁତି ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଲେ ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଲେ ଉଚ୍ଚଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପରିଷଦକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରାଯାଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଚଳିତ ପାଠ୍ୟସୂଚୀରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟକୁ ସାମିଲ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱାରା ସ୍ନାତକ ସ୍ତରରେ ପରିବେଶ ଶିକ୍ଷା
ଓ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଆଜି ଆନୁଷ୍ଠାନିକ ଭାବେ ସ୍ନାତକ ସ୍ତରରେ ପ୍ରଚଳନ କରାଯାଇଛି । ଏହି ପରିବର୍ତିତ ସିଲାବସ୍‌ଟି ଏକ ବାଧ୍ୟତା ମୂଳକ ପାଠ୍ୟକ୍ରମ ଯାହାକି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଯୁକ୍ତ ୩ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟାରରେ ପଢାଯିବ । ବୈଠକରେ ପରିଷଦର ସମସ୍ତ ସଭ୍ୟ ଏବଂ କୁଳପତିମାନେ ଯୋଗଦାନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ଗୁଳିରେ ଟଳିଲା ହାଇଦର  :  ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର

ପୋଲିସ ଗୁଳିରେ ଟଳିଲା ହାଇଦର : ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର

Read More...

ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି  :ନୀଳାଦ୍ରି ବିଜେ ନୀତି ସମ୍ପନ୍ନ, ଆଜିଠୁ ନୀଳାଚଳ ଅବଢ଼ା

ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି :ନୀଳାଦ୍ରି ବିଜେ ନୀତି ସମ୍ପନ୍ନ, ଆଜିଠୁ ନୀଳାଚଳ ଅବଢ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page