ରବି ଜିଣିଲେ ରୌପ୍ୟ

August 05, 2021, ଦେଶ, , Anupambharat News Bureau


 ରବି ଜିଣିଲେ ରୌପ୍ୟ
Anupambharat News Bureau
August 05, 2021


ଟୋକିଓ, ୫ା୮: ଭାରତୀୟ କୁସ୍ତିଯୋଦ୍ଧା ରବି ଦହିଆ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକରେ ସ;ୁଷ୍ଟ ହେବାକୁ ପଡ଼ିଛି । ପୁରୁଷ ଫ୍ରିଷ୍ଟାଇଲ ୫୭ କିଲୋଗ୍ରାମ ସ୍ୱର୍ଣ୍ଣ ପଦକ ମୁକାବିଲାରେ ରବି ରସିଅନ ଅଲମ୍ପିକ୍‌ କମିଟିର ଜାବୁର ୟଗୁଏଙ୍କ ଦ୍ୱାରା ୭-୪ରେ ପରାସ୍ତ ହୋଇଥିଲେ । ୟୁଗୁଏ ଏହି ମ୍ୟାଚରେ ଭଲ ଆରମ୍ଭ କରି ୨-୧ରେ ଆଗୁଆ ହୋଇଥିଲେ । ଅବଶ୍ୟ ରବି ଏକ ଭଲ ପ୍ରତ୍ୟାବର୍ତ୍ତନ କରି ଖୁବ୍‌ ଶୀଘ୍ର ୨-୧ରେ ସମାନ ହୋଇଥିଲେ । ପରେ ୟୁଗୁଏ ୭-୨ ଅଗ୍ରଣୀ ନେବାକୁ ପ୍ରତିଶୋଧ ନେଇଥିଲେ । ଯଦିଓ ରବି ଏହା ପରେ ଫେରିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ମାତ୍ର ଦୁଇ ପଏଣ୍ଟ ପାଇ ମ୍ୟାଚକୁ ୭-୪ରେ ହରାଇଥିଲେ । ଏହି ପରାଜୟ ସହିତ ତାଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଅଲମ୍ପିକ୍ସରେ ଏହା ଭାରତର ପଞ୍ଚମ ପଦକ ଥିଲା । ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଦୁଇଟି ରୌପ୍ୟ ଏବଂ ତିନୋଟି ବ୍ରୋଞ୍ଜ ପଦକ ଜିତିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରମିତା ପାଇବେ ଶାରଳା ପୁରସ୍କାର

ପାରମିତା ପାଇବେ ଶାରଳା ପୁରସ୍କାର

Read More...

୪୧ ବର୍ଷ ପରେ ହକିରେ ପଦକ

୪୧ ବର୍ଷ ପରେ ହକିରେ ପଦକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page