କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ, ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

May 24, 2019, ଓଡ଼ିଶା, , Anupambharat News Bureau


କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ,   ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ
Anupambharat News Bureau
May 24, 2019

କେନ୍ଦୁଝର, ୨୪ା୫: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦୁଝର ଜିଲ୍ଲାରେ ବିଜୁ ଜନତା ଦଳ ତା’ର ବିଜୟଧାରାକୁ ଅବ୍ୟାହତ ରଖିଛି । ଜିଲ୍ଲାରେ ଥିବା ୬ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ୫ ଟିରେ ବିଜୁ ଜନତା ଦଳର ପ୍ରାର୍ଥର୍ର୍ର୍ୀମାନେ ବିଜୟହାସଲ କରିଥିବାବେଳେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । କେନ୍ଦୁଝର ଲୋକସଭା ଆସନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ୬୬୨୦୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅନନ୍ତ ନାୟକଙ୍କୁ ପରାସ୍ତ କରିଛନ୍ତି । ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପିସିସି ସଭାପତି ନିରନ ପଟ୍ଟନାୟକଙ୍କୁ ୩୨୬୮୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଶୋଚନୀୟ ପରାଜୟବରଣ କରିବାକୁ ପଡିଛି । ଏହି ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାଗିରଥି ସେଠୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୪୪୧୯୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତେଲକୋଇ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ପ୍ରେମାନନ୍ଦ ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ଦଳର ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ୫୯୨୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପାଟଣା ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଭବାନୀଶଙ୍କର ନାୟକଙ୍କଠାରୁ ୭୭୯୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀ ୧୧୨୪ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ପରାଜିତ କରି ବିଜୟଲାଭ କରିଛନ୍ତି । ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କୁ ୨୬୪୦୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ୮୬୧୮୬ ଖଣ୍ଡ ଭୋଟ,କଂଗ୍ରେସ ପ୍ରାର୍ଥୀ ନିରନ ପଟ୍ଟନାୟକ ୫୪୧୨୮ ଖଣ୍ଡ ଭୋଟ,ବିଜେପି ପ୍ରାର୍ଥୀ ପୃଥିରାଜ କୁଅଁର ୨୭୫୭୯ ଭୋଟ,ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ କିଶୋର କୁମାର ପଲେଇ ୮୬୭ ଭୋଟ,କଳିଙ୍ଗସେନା ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ ୭୪୩ ଭୋଟ,ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ରବିନାରାୟଣ ହୋତା ୫୭୩ ଭୋଟ,ସ୍ୱାଧିନ ପ୍ରାର୍ଥୀ ସୁକୁମାର ପୁହାଣ ୧୪୨୫ ଭୋଟ ପାଇଥିବାବେଳେ ୧୫୭୯ ଖଣ୍ଡ ଭୋଟ ନୋଟାକୁ ଯାଇଛି । ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥି ସେଠୀ ୮୯୮୫୦ ଖଣ୍ଡ ଭୋଟ,କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ୪୫୬୫୭ ଭୋଟ,ବିଜେପି ପ୍ରାର୍ଥୀ ଆଲୋକ କୁମାର ସେଠୀ ୩୧୫୫୪ ଭୋଟ,ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ଅଖିଳ ଚନ୍ଦ୍ର ଜେନା ୬୮୫ ଭୋଟ,ଏସ୍‌ୟୁସିଆଇ ପ୍ରାର୍ଥୀ ଅନାମ ମୁଖୀ ୪୧୯ ଭୋଟ,ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ନରେନ୍ଦ୍ର କୁମାର ଜେନା ୩୬୨ ଭୋଟ,ବିଏମ୍‌ୟୁପି ପ୍ରାର୍ଥୀ ଶାନ୍ତିଲତା କାରୁଆ ୩୮୭ ଭୋଟ,ସ୍ୱାଧିନ ପ୍ରାର୍ଥୀ ବାସୁଦେବ ଜେନା ୪୮୬ ଖଣ୍ଡ ଭୋଟ ପାଇଥିବାବେଳେ ୧୦୨୯ ଭୋଟ ନୋଟାକୁ ଯାଇଛି । ତେଲକୋଇ ବିଧାନସଭା ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରେମାନନ୍ଦ ନାଏକ ୭୪୧୪୮ ଭୋଟ,ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ୬୮୨୨୮ ଭୋଟ,କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ଦଳେଇ ୨୩୫୦୮ ଭୋଟ,ବିଏସ୍‌ପି ପ୍ରାର୍ଥୀ ବିଦେଶୀ ଦେହୁରୀ ୧୮୨୨ ଖଣ୍ଡ ଭୋଟ,ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ଅଜୟ କୁମାର ନାୟକ ୧୨୬୩ ଖଣ୍ଡ ଭୋଟ,ବିଏମ୍‌ୟୁପି ପ୍ରାର୍ଥୀ ଟୁଟୁ ନାଏକ ୧୪୯୫ ଖଣ୍ଡ ଭୋଟ,ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ରବି ହାଁସଦା ୧୮୫୩ ଖଣ୍ଡ ଭୋଟ ପାଇଥିବାବେଳେ ୪୨୯୭ ଖଣ୍ଡ ଭୋଟ ନୋଟାକୁ ଯାଇଛି । କେନ୍ଦୁଝର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କୁ ୭୨୭୬୦ ଖଣ୍ଡ ଭୋଟ,ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୭୧୬୩୬ ଖଣ୍ଡ ଭୋଟ,କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଦେହୁରୀଙ୍କୁ ୧୪୫୫୩ ଖଣ୍ଡ ଭୋଟ,ବିଏସ୍‌ପି ପ୍ରାର୍ଥୀ ରାମ ପ୍ରସାଦ ହେମ୍ବ୍ରମଙ୍କୁ ୧୫୦୯ ଖଣ୍ଡ ଭୋଟ,ବିଏମ୍‌ୟୁପି ପ୍ରାର୍ଥୀ ଜୟସିଂ ମୁଣ୍ଡାଙ୍କୁ ୬୮୫ ଖଣ୍ଡ ଭୋଟ,ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ରିତ ମୁଣ୍ଡାଙ୍କୁ ୮୩୦ ଖଣ୍ଡ ଭୋଟ,ସ୍ୱାଧିନ ପ୍ରାର୍ଥୀ ଗଣେଶ ଚନ୍ଦ୍ର ମୁଣ୍ଡାଙ୍କୁ ୩୯୯୨ ଖଣ୍ଡ ଭୋଟ,ମନ୍ମୟ ବିଳାସ ତିଓଙ୍କୁ ୧୪୭୦ ଖଣ୍ଡ ଭୋଟ,ସୁବର୍ଣ୍ଣ ନାଏକଙ୍କୁ ୩୨୨୪ ଖଣ୍ଡ ଭୋଟ ଓ ନୋଟାରେ ୨୧୬୦ ଖଣ୍ଡ ଭୋଟ ପଡିଛି । ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କୁ ୭୦୩୧୦ ଖଣ୍ଡ ଭୋଟ,ବିଜେପି ପ୍ରାର୍ଥୀ ଭବାନୀଶଙ୍କର ନାୟକଙ୍କୁ ୬୨୫୧୪ ଖଣ୍ଡ ଭୋଟ,କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାଏକଙ୍କୁ ୧୩୦୫୮ ଭୋଟ,ବିଏସ୍‌ପି ପ୍ରାର୍ଥୀ ଲୋକନାଥ ନାଏକ ୧୨୯୯ ଖଣ୍ଡ ଭୋଟ,ବିଏମ୍‌ୟୁପି ପ୍ରାର୍ଥୀ ପିତାମ୍ବର ବିରୁଆ ୧୧୧୧ ଖଣ୍ଡ ଭୋଟ,ଏସ୍‌ୟୁସିଆଇ ପ୍ରାର୍ଥୀ ବେଣୁଧର ସର୍ଦ୍ଦାର ୧୯୩୪ ଭୋଟ,ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ହୃଷିକେଶ ନାଏକ ୮୪୦ ଖଣ୍ଡ ଭୋଟ,ସ୍ୱାଧିନ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ୮୦୭୪ ଖଣ୍ଡ ଭୋଟ ମିଳିଥିବାବେଳେ ୧୬୮୮ ଖଣ୍ଡ ଭୋଟ ନୋଟାରେ ପଡିଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥର୍ୀ ମିନାକ୍ଷୀ ମହାନ୍ତ ୮୯୫୨୫ ଖଣ୍ଡ ଭୋଟ,ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ୬୩୧୧୭ ଖଣ୍ଡ ଭୋଟ,କଂଗ୍ରେସ ପ୍ରାର୍ଥୀ ଯଦୁମଣି ବାରିକ ୪୨୧୭ ଖଣ୍ଡ ଭୋଟ,ବିଏସ୍‌ପି ପ୍ରାର୍ଥୀ କୈଳାସ ଚନ୍ଦ୍ର ତନ୍ତି ୨୦୦୨ ଖଣ୍ଡ ଭୋଟ,କଳିଙ୍ଗସେନା ପ୍ରାର୍ଥୀ ଗଙ୍ଗା ମହାକୁଡ ୪୩୦ ଖଣ୍ଡ ଭୋଟ,ଏବିଏଚ୍‌ଏମ୍‌ ପ୍ରାର୍ଥୀ ଦୀନବନ୍ଧୁ କର ୫୦୦ ଖଣ୍ଡ ଭୋଟ,ସିପିଆଇ(ଏମ୍‌ଏଲ)(ଏଲ୍‌) ପ୍ରାର୍ଥୀ ପଞ୍ଚରତ୍ନ ମହାକୁଡ ୪୪୬ ଖଣ୍ଡ ଭୋଟ,ରାଷ୍ଟ୍ରିିୟ ଇଣ୍ଟିପେଣ୍ଡେଣ୍ଟ ମୋର୍ଚ୍ଚା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ ୬୮୯ ଖଣ୍ଡ ଭୋଟ,ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ରତିକାନ୍ତ ପରିଡା ୪୬୧ ଖଣ୍ଡ ଭୋଟ,ବିଏମ୍‌ଟିଆର୍‌ପି ପ୍ରାର୍ଥୀ ରାଜେନ ମୁଣ୍ଡା ୧୩୧୮ ଖଣ୍ଡ ଭୋଟ,ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ସୁଶୀଲ କୁମାର ମହାନ୍ତ ୪୩୦ ଖଣ୍ଡ ଭୋଟ,ସ୍ୱାଧିନ ପ୍ରାର୍ଥୀ ଗୁରୁବକ୍ସସିଂ ଆଲୁୱାଲିଆ ୫୩୫ ଖଣ୍ଡ ଭୋଟ,ତ୍ରିଲୋଚନ ପଲେଇ ୧୦୫୩ ଖଣ୍ଡ ଭୋଟ,ମହେନ୍ଦ୍ର କୁମାର ଗିରି ୫୯୦ ଖଣ୍ଡ ଭୋଟ,ଶ୍ରୀମନ୍ତ କୁମାର ତ୍ରିପାଠୀ ୨୦୦୫ ଖଣ୍ଡ ଭୋଟ,ସହଦେବ ବେହେରା ୭୮୨ ଖଣ୍ଡ ଭୋଟ ପାଇଥିବାବେଳେ ନୋଟାକୁ ୭୫୦ ଖଣ୍ଡ ଭୋଟ ଯାଇଛି ।
କେନ୍ଦୁଝର ଲୋକସଭା ଆସନରେ ବିଜେଡିର ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ୫୨୬୩୫୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ୪୬୦୧୫୬ ଭୋଟ, କଂଗ୍ରେସ ପ୍ରାର୍ଥୀ ମୋହନ କୁମାର ହେମ୍ବ୍ରମ ୧୨୮୭୧୬ ଭୋଟ,ବିଏସ୍‌ପି ପ୍ରାର୍ଥୀ ଦୂର୍ଗାଚନ୍ଦ୍ର ପିଙ୍ଗୁଆ ୯୩୦୮ ଭୋଟ,ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ପ୍ରଫୁଲ୍ଲ ନାୟକ ୫୮୬୬ ଭୋଟ,ରାଷ୍ଟ୍ରିୟ ଇଣ୍ଟିପେଣ୍ଡେଣ୍ଟ ମୋର୍ଚ୍ଚା ପ୍ରାର୍ଥୀ ସୁଦର୍ଶନ ଲୋହାର ୧୦୯୧୪,ବିଏମ୍‌ୟୁପି ପ୍ରାର୍ଥୀ ରମେଶ ଲାଗୁରୀ ୫୭୨୮,ଏବିଏଚ୍‌ଏମ୍‌ ପ୍ରାର୍ଥୀ ଲାଲମୋହନ ହାଁସଦା ୧୦୦୩୮ ଭୋଟ ଓ ନୋଟାକୁ ୧୯୨୦୭ ଖଣ୍ଡ ଭୋଟ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

Read More...

ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page