ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ିଲା

August 10, 2021, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ିଲା
Anupambharat News Bureau
August 10, 2021


ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ):­ ରାଜ୍ୟରେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢା ଯାଇଛି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍‌ ୫୪ ହଜାର ୯୦୦ ସିଟ୍‌ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ ହଜାର ୯୦୦ ସିଟ୍‌ ବୃଦ୍ଧି ହୋଇଛି । ୭୨ ହଜାର ସିଟ୍‌ ବୃଦ୍ଧି ପାଇଁ ଆବେଦନ ଆସିଥିଲା । ଏଥିମଧ୍ୟରୁ କଳାରେ ୪୦ ହଜାର, ବିଜ୍ଞାନରେ ୨୫ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଥିଲା ।
ସେ କହିଛନ୍ତି ଯେ ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍‌ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି ବୃଦ୍ଧି ହେବ ନାହିଁ ବୋଲି ବି ମନ୍ତ୍ରୀ କହିଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ । ଫଳରେ ଯୁକ୍ତ ଦୁଇରେ ନାମ ଲେଖାକୁ ନେଇ ସମସ୍ୟା ଦେଖାଯିବ ବୋଲି ଚର୍ଚ୍ଚା ଧରିଥିଲା । ତେବେ ଏହି ଅସୁବିଧାକୁ ଦୂର କରିବାକୁ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟାରେ ଏଭଳି ବୃଦ୍ଧି କରାଯାଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ

୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ

Read More...

ବ୍ୟସ୍ତ ତାରୁଣ୍ୟ, ତ୍ରସ୍ତ ବାର୍ଦ୍ଧକ୍ୟ

ବ୍ୟସ୍ତ ତାରୁଣ୍ୟ, ତ୍ରସ୍ତ ବାର୍ଦ୍ଧକ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page