ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ରାସ୍ତାରୁ ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ି ହଟିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେ କହିଛନ୍ତି ଯେ ଓଡ଼ିଶାରେ ପୁରୁଣା ଗାଡ଼ିର ଚିହ୍ନଟ ସରିଛି । ପରିବହନ ବିଭାଗ ଏନେଇ ପ୍ରକ୍ରିୟା ଆରମ୍ଭ କରି ସାରିଛି । ରାଜ୍ୟରେ ଏବେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ଅଛି ।
କେନ୍ଦ୍ର ସରକାରଙ୍କ ନୂଆ ନିୟମ (ସ୍କ୍ରାପ୍ ପଲିସି) ଅନୁସାରେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।