୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଟିକା ପ୍ରସ୍ତାବ ମଞ୍ଜୁରୀ

August 20, 2021, ଦେଶ, , Anupambharat News Bureau


୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ  ଟିକା ପ୍ରସ୍ତାବ ମଞ୍ଜୁରୀ
Anupambharat News Bureau
August 20, 2021


ନୂଆଦିଲ୍ଲୀ,୨୦ା୮: ଏଣିକି ୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ପ୍ରଥମ କୋଭିଡ଼ ଟିକା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ଭାରତୀୟ ଡ୍ରଗ୍‌ସ ନିୟାମକ ପକ୍ଷରୁ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏହା ଜାଇଡସ୍‌କାଡିଲାର ତିନି ଡୋଜ କୋଭିଡ଼-୧୯ ଡିଏନ୍‌ଏ ଟିକା ଶିଶୁମାନଙ୍କୁ ଜରୁରୀ ଅବସ୍ଥାରେ ପ୍ରୟୋଗ କରାଯାଇପାରିବ ବୋଲି କୁହାଯାଇଛି । ୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁମାନଙ୍କୁ କେବଳ ଏହି ଜାଇଡସକାଡିଲାର ତିନୋଟି ଡୋଜ୍‌ ପ୍ରଦାନ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ୧୦୦ ମିଲିୟନରୁ ୧୨୦ ମିଲିୟନ ଡୋଜ୍‌ ଜାଇଡସ୍‌କାଡିଲା ଡୋଜ୍‌ ଟିକା ବାର୍ଷିକ ଉତ୍ପାଦନ କରିବା ପାଇଁ ସ୍ଥିର କରାଯାଇଛି । କାଡିଲା ହେଲ୍‌ଥ କେୟାର ଲିମିଟେଡ ଟିକା ଉତ୍ପାଦନ ନିମନ୍ତେ କ୍ଷମତାପନ୍ନ ପାଇଁ ଜୁଲାଇ ୧ରେ ଆବେଦନ କରିଥିଲେ । ସୂଚନାଯେ, ଭାରତରେ କୋଭିଡ଼-୧୯ ସଂକ୍ରମଣରେ ଇତିମଧ୍ୟରେ ଦିନକରେ ୩୬ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମଣର ଶିକାର ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୫୮ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମଣର ଶିକାର ହୋଇଛନ୍ତି । ଗତ ୨୪ ଘଣ୍ଟାରେ ପୁଣି ୫୪୦ ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ଦେଶର ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୩୩ ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୧୦୯ ଦିନର ବ୍ୟବଧାନ ପରେ ଚେନ୍ନାଇ ନଗରୀରେ ୫୬ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାଯାଇଛି । ଉକ୍ତ ରୋଗୀମାନେ ଦୀର୍ଘ ଦିନମାନେ କେବଳ ଭେଣ୍ଟିଲେଟର ସହାୟତାରେ ଜୀବନ ସହ ସଂଘର୍ଷ କରୁଥିଲେ । ତେବେ ଉପଯୁକ୍ତ ଚିକିତ୍ସା ଯୋଗୁଁ ୫୬ ଜଣ ବ୍ୟକ୍ତି ସୁସ୍ଥ ହୋଇପାରିଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀରେ କିନ୍ତୁ ଗତ ୨୪ ଘଣ୍ଟାରେ କୌଣସି ରୋଗୀଙ୍କ ମୃତୁ୍ୟ ହୋଇନଥିବା ଜଣାପଡିଛି । ଦେଶରେ ଦ୍ୱିତୀୟ ଲହର କରୋନା ମହାମାରୀ ବ୍ୟାପକ ଥିବା ଯୋଗୁଁ ଦିଲ୍ଲୀ ନଗରୀରେ ଏଭଳି ଜିରୋ କୋଭିଡ଼ ଡେଥ୍‌ ସ୍ଥିତି ରେକର୍ଡ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ :   ଆଇସିଟି-ଆଇଓସି ଭୁବନେଶ୍ୱର  କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ : ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

Read More...

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ:  ଓଡ଼ିଶାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ: ଓଡ଼ିଶାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page