ପୁଞ୍ଜିବଜାରରେ ବିପର୍ଯ୍ୟୟ,: ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

August 20, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପୁଞ୍ଜିବଜାରରେ ବିପର୍ଯ୍ୟୟ,:   ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା
Anupambharat News Bureau
August 20, 2021


ମୁମ୍ବାଇ:ବିଶ୍ୱବଜାରରେ ଅସ୍ଥିରତାର ପ୍ରଭାବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଉପରେ ପଡିବା କାରଣରୁ ଆଜି ବିପର୍ଯ୍ୟୟ ସୃଷ୍ଟି ହେବା ସହ ସୂଚକାଙ୍କ ୩୦୦ ପଏଣ୍ଟ ହ୍ରାସ ପାଇଛି । ଟାଟା ଷ୍ଟିଲ ସେୟାର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ତାହା ପଛକୁ ଷ୍ଟେଟବ୍ୟାଙ୍କ, ଡକଫର ରେzିସ, କୋଟକ ବ୍ୟାଙ୍କ, ସନ ଫାର୍ମା, ବଜାଜ ଅଟୋ ଓ ଏଲଏଣ୍ଡଟି କମ୍ପାନୀ ସେୟାର ପ୍ରଭାବିତ ହୋଇଛି ।
ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ବିପର୍ଯ୍ୟୟ କାରଣରୁ ୧୧୮.୩୫ ପଏଣ୍ଟ ହ୍ରାସ ପାଇଥିବା ବେଳେ ମାତ୍ର ୧୬,୪୫୦.୫୦ ରହିଥିଲା ।
ଅସ୍ଥିରତା କାରଣରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଷ୍ଟକ ଏକ୍ସଚେଞ୍ଜରେ କାରବାର ପ୍ରଭାବିତ ହୋଇଥିଲା । ଏହି କ୍ରମରେ ସୂଚକାଙ୍କରେ ୩୦୦ ପଏଣ୍ଟ ହ୍ରାସ ପାଇଥିଲା । ଏଥିରେ ବୃହତ କମ୍ପାନୀ ଟାଟା ଷ୍ଟିଲ, ରିଲାୟନ୍ସ ଇଣ୍ଡଷ୍ଟି୍ରିସ ଓ କୋଟାକ ବ୍ୟାଙ୍କ ର ସେୟାର ପ୍ରଭାବିତ ହୋଇଥିଲା ।
ଏହି କ୍ରମରେ ସୂଚକାଙ୍କ ୩୦୦.୧୭ ପଏଣ୍ଟ ହ୍ରାସ ପାଇବାରୁ କାରବାର ଶେଷ ବେଳକୁ ସୂଚକାଙ୍କର ମାତ୍ରା ୫୫,୩୨୯.୩୨ ରହିଥିଲା । ଟାଟା ଷ୍ଟିଲ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ସେୟାର ମୂଲ୍ୟ ୮ ପ୍ରତିଶତ ହ୍ରାସ ପାଇଥିଲା । ଅନ୍ୟପକ୍ଷରେ ହିନ୍ଦୁସ୍ତାନ ୟୁନିଲିଭର, ଏସିଆନ ପେଏଣ୍ଟସ, ନେସଲେ ଇଣ୍ଡିଆ ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ବୃଦ୍ଧି ପାଇଥିଲା । ସବୁ କାଉଣ୍ଟରରେ ବିକ୍ରି ଜୋର ହେବାରୁ ଘରୋଇ ଇକୁ୍ୟଟିରେ ଅସ୍ଥିରତା ଦେଖାଦେଇଥିଲା । ଏଫଏମସିଜି କମ୍ପାନୀଙ୍କ ସେୟାରକୁ ବାଦ ଦେଲେ ଧାତୁ କମ୍ପାନୀ ସେୟାର ମୂଲ୍ୟ ପ୍ରଭାବିତ ହୋଇଥିଲା । ଏହାପଛକୁ ରିଆଲଟି କମ୍ପାନୀ ସେୟାର ପ୍ରଭାବିତ ହୋଇଥିବା ଦେଖାଯାଇଥିଲା ବୋଲି ରିଲାୟନ୍ସ ସିକୁ୍ୟରିର ବିନୋଦ ମୋଦି କହିଛନ୍ତି ।
ବିଶ୍ୱର ବିଭିନ୍ନ ଦେଶରେ ଡେଲଟା ଭେରିଏଣ୍ଟ କରୋନା ମାମଲା ବୃଦ୍ଧି ପାଇବା ଏବଂ ଅର୍ଥନୈତିକ କାରବାର ପୁର୍ବସ୍ଥିତିକୁ ଫେରି ପାଇବା ନେଇ ଆଶଙ୍କା ପ୍ରକାଶ ପାଇବା ମଧ୍ୟରେ ଯୋଗୁଁ ମେଟାଲ ଷ୍ଟକ ପ୍ରଭାବିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି ।
ଏସିଆ ମହାଦେଶରେ ସଂଘାଇ, ହଂକଂ, ଟୋକିଓ ଓ ସିଓଲ ପୁଞ୍ଜି ବଜାର ମଧ୍ୟ ଏହି କାରଣରୁ ପ୍ରଭାବିତ ହୋଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକ୍‌ ଆର୍ମି ହେପାଜତରେ ଅଛି କି ତାଲିବାନ ମୁଖ୍ୟ ଅଖୁଣ୍ଡଜାଦା ?

ପାକ୍‌ ଆର୍ମି ହେପାଜତରେ ଅଛି କି ତାଲିବାନ ମୁଖ୍ୟ ଅଖୁଣ୍ଡଜାଦା ?

Read More...

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ :   ଆଇସିଟି-ଆଇଓସି ଭୁବନେଶ୍ୱର  କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ : ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page