ଭୁବନେଶ୍ୱର,୨୧ା୮(ଅନୁପମ ମିଡ଼ିଆ): ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଯୋଗାଇବ ଭୁବନେଶ୍ୱର ସ୍ଥିତ ଏମ୍ସ । ରାଶନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ଏହି ଚିକିତ୍ସା ସୁବିଧା ମିଳିବ ବୋଲି ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ । ଅପରପକ୍ଷରେ କଟକ ଏସସିବିରେ ଇକ୍ମୋର ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍ରେ ୬ଟି ଓ ଦ୍ୱିତୀୟ ୟୁନିଟ୍ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ । ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।