ଆଜିଠୁ ସର୍ବସାଧାରଣଙ୍କ ଜଗା ଦର୍ଶନ

August 22, 2021, ଓଡ଼ିଶା, , Anupambharat News Bureau


ଆଜିଠୁ ସର୍ବସାଧାରଣଙ୍କ ଜଗା ଦର୍ଶନ
Anupambharat News Bureau
August 22, 2021


ପୁରୀ,୨୨ା୮(ଅନୁପମ ମିଡ଼ିଆ):ସେବାୟତ ଓ ସହରବାସୀଙ୍କ ଦର୍ଶନ ପରେ ସୋମବାରଠାରୁ କଟକଣା ମଧ୍ୟରେ ସମସ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଦାରୁବିଗ୍ରହଙ୍କୁ ଦର୍ଶନ କରିପାରିବେ । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନାର୍ଥୀମାନଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିିବାର ସୁଯୋଗ ମିଳିବ । କି;ୁ ଦର୍ଶନାର୍ଥୀମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ଦୁଇଡ଼ୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ଅବଧି ମଧ୍ୟରେ କରୋନା ସଂକ୍ରମିତ ହୋଇନଥିବା ଡ଼ାକ୍ତରୀ ପ୍ରମାଣପତ୍ର ସହ ନିଜ ନିଜର ଆଧାରକାର୍ଡ଼ ଅଥବା ଭୋଟରପରିଚୟପତ୍ର ଦେଖାଇବାକୁ ପଡ଼ିବ । ଏଥିପାଇଁ ସିହଂଦ୍ୱାର ସମ୍ମଖସ୍ଥ ବଡ଼ଦାଣ୍ଡରେ ୪ଟି କାଉଣ୍ଟର ଖୋଲାଯାଇଛି । ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡସ୍ଥିତ ଶ୍ରୀକୃଷ୍ଣ ସିନେମାହଲ୍‌ ଛକଠାରୁ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ଦର୍ଶନାର୍ଥୀଙ୍କ ଲାଗି ୮ଟି କିଓସ୍କ ବ୍ୟବସ୍ଥା ହୋଇଛି । ଦର୍ଶନାର୍ଥୀମାନେ ନିର୍ଦ୍ଧାରିତ ସ୍ଥାନରେ ପରିଚୟପତ୍ର ଦେଖାଇ ହାତ ସାନିଟାଇଜ୍‌ କରିବେ । କିଓସ୍କରେ ସ୍କାନିଂ ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସମସ୍ତ ଦର୍ଶନାର୍ଥୀ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କୁ ସାନିଟାଇଜ୍‌ରରେ ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ । ଶ୍ରୀମନ୍ଦିର ମଧ୍ୟରେ ଦର୍ଶନାର୍ଥୀମାନେ କୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ଛୁଇଁବେ ନାହିଁ । ଫୁଲ,ଭୋଗ ଓ ଦୀପ ଶ୍ରୀମନ୍ଦିର ମଧ୍ୟକୁ ନେଇ ପାରିବେନାହିଁ । ଶ୍ରୀମନ୍ଦିର ମଧ୍ୟରେ ପାନଛେପ ଓ ଗୁଟୁକା ଖାଇ ଛେପ ପକାଇବା ନିଷିଦ୍ଧ କରାଯାଇଥିବାେବେଳ ପଲିଥିନ୍‌ ନେବାକୁ ମଧ୍ୟ ବାରଣ କରାଯାଇଛି । ଆନନ୍ଦବଜାର ଓ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ତେବେ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ନେଇପାରିବେ । ବିଭିନ୍ନ ବର୍ଗର ଦର୍ଶନାର୍ଥୀଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି । ଦର୍ଶନାର୍ଥୀମାନଙ୍କ ଲାଗି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପାର୍କିଂ ବ୍ୟବସ୍ଥା ହୋଇଛି । ଏଭଳି କଟକଣା ରହିଥିଲେ ମଧ୍ୟ ୪ମାସର ପରେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ମିଳୁଥିବାରୁ ଜଗନ୍ନାଥପ୍ରେମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଛି । ସୂଚନାଯୋଗ୍ୟଯେ, ଗତ୧୨ ଓ୧୩ ତାରିଖ ଦୁଇଦିନ ଧରି ସେବକ ପରିବାରର ସଦସ୍ୟମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ଶନିବାର ଓ ରବିବାର ସଟଡ଼ାଉନ୍‌ ଯୋଗୁଁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିିଥିଲା । ଗତ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଓ ସହରରରେ ଅବସ୍ଥାନ କରୁଥିବା
ଭଡ଼ାଟିଆମାନଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ମହାମାରୀ କରୋନା ଜନିତ କଟକଣା ଯୋଗୁଁ ଗତ ଏପ୍ରିଲ୍‌ ୨୪ ତାରିଖରୁ ମହାପ୍ରଭୁଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହେଉଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅକେଫାବରରେ ଆସିପାରେ ତୃତୀୟ ଲହର

ଅକେଫାବରରେ ଆସିପାରେ ତୃତୀୟ ଲହର

Read More...

ତାଲିବାନ ସମର୍ଥନର ଯୋଗ୍ୟ ନୁହେଁ : ହସ୍‌ମତ ଘନୀ

ତାଲିବାନ ସମର୍ଥନର ଯୋଗ୍ୟ ନୁହେଁ : ହସ୍‌ମତ ଘନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page