ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

May 24, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି
Anupambharat News Bureau
May 24, 2019

ନୂଆଦିଲ୍ଲୀ: ନିକଟରେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଏନ୍‌ଡିଏ ପରିଚାଳିତ ବିଜେପି ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟଥର ପାଇଁ ସରକାର ଗଠନ କରିବା ପଥ ପରିଷ୍କାର ହୋଇଛି । ପ୍ରଧାନମନ୍ତ୍ରୀ ନନେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଫଳାଫଳରେ ବିଜୟୀ ହେବା ପରେ ଶୁକ୍ରବାର ଷ୍ଟକ ବଜାରରେ ଉତ୍ସାହଜନକ୍‌ ସ୍ଥିତି ଦେଖାଦେଇଛି । ୨୦୧୪ ଓ ୨୦୧୯ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପି ବିଜୟୀ ହୋଇଛି । ଯାହା ୧୯୮୪ରେ ମଧ୍ୟ ଏକକ ଦଳ ଦୁଇଥର ବିଜୟୀ ହେ ।ଇଥିଲା । ପ୍ରଭାତ ଆୱାଥି ହେ ଡ୍‌ ଇଣ୍ଡିଆ ନୋମୁରା କହିବାନୁସାରେ ନିର୍ବାଚନ ଫଳାଫ ଳ ସମ୍ପୂର୍ଣ୍ଣ ଭାବରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିବ ବୋଲି ଜଣାପଡୁଥିଲା । ବଜାରରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ଅସ୍ଥିରତା ସ୍ଥିତି ବାଦ୍‌ ପଡିବା ସହ ପୂର୍ଣ୍ଣ ମାତ୍ରାରେ ସଂଖ୍ୟାଗରିଷ୍ଠତା ସ୍ପଷ୍ଟବାରୀ ହୋଇପଡିଥିଲା । ବିଏସ୍‌ଇ ସେନ୍‌ସେକ୍ସ ୬୨୩ ପଏଣ୍ଟ ଓ ୧.୬୧ ପ୍ରତିଶତ ବୃଦ୍ଧି ହୋଇଥିବା ୩୯,୪୩୪.୭୨ ରହିଥିବାବେଳେ ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟି କାରବାର ଶେଷ ବେଳକୁ ୧୧,୮୪୪ ରହିବା ସହ ୧୮୭ ପଏ ବୃଦ୍ଧି ହୋଇ ୧.୬୦ପ୍ରତିଶତ ରହିଥିଲା । ପ୍ରକୃତରେ ବ୍ରୋଡ୍‌ ଅବସ୍ଥାପିତ ସମସ୍ତ ଇଣ୍ଡକ୍ସ ମିଡ୍‌କ୍ସ ଏବଂ କ୍ଷୁଦ୍ରକ୍ୟାପ୍‌ ବୃଦ୍ଧି ସହିତ ବେଞ୍ଚମାକ ର୍ ସେନ୍‌ସେକ୍ସ ୧.୫୦ ପ୍ରତିଶତରେ ରହିଥିବା ଜଣାଯାଇଛି । ବଜାରରେ ଷ୍ଟାଇକ୍‌ଲେର୍‌ ଅସ୍ଥିରତା ଦେଖାଦେଇଛି । ବିଜେପି ଦଳକୁ ପୂର୍ଣ୍ଣ ବହୁମତ ହାସଲ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ସରକାର ଗଠନ କରିବା ସ୍ପଷ୍ଟ ହୋଇଥିଲା । ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ଦଳ ୫୦ ପ୍ରତିଶତ ଲେଖାଏଁ ଭୋଟ ହାସଲ କରି ଐତିହାସିକ ବିଜୟୀ ହୋଇଛି । ଦେଶରେ ସ୍ଥିର ସରକାର ଗଠନ କରିବାରେ ବିଜେପି ସକ୍ଷମ ହୋଇଛି । ୨୨ ରାଜ୍ୟରେ ସାଂସଦ ମଧ୍ୟରେ ପଶ୍ଚିମବଙ୍ଗରେ କେବଳ ୪୦ ପ୍ରତିଶତ ଭୋଟ୍‌ ପାଇବାରେ ସଫଳ ହୋଇଛି । ନୂତନ ସରକାର ଗଠନ ହେବା ପରେ ଉନ୍ନତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି । ଦେଶର ଅର୍ଥନୈତିକ ପରିବେଶରେ ଉନ୍ନତି ଆଣିବାକୁ ପଡିବ । ବିଦେଶୀ ପୁଞ୍ଜି ନିବେଶ ସୁଯୋଗ: ବିଦେଶୀ ଇନ୍‌ଷ୍ଟିଚୁ୍ୟଟ୍‌ନାଲ୍‌ ନିବେଶ ସୁଯୋଗ ସୃଷ୍ଟି ହୋଇଛି । ବିଜେପି ସଂଖ୍ୟାଗରିଷ୍ଠତା ହାସଲ ପରେ ନୂତନ ସରକାର କେବଳ ଅଧିକ ପରିମାଣରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ସହ ରାଜ୍ୟ ଗୁଡିକର ଅର୍ଥନୀତି ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଦେଶରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ବିଦେଶୀ ଇନ୍‌ଷ୍ଟିଚୁ୍ୟଟ୍‌ନାଲ୍‌ ନିବେଶ୍‌ ପ୍ରତିବନ୍ଧକ ହଟିଯାଇଥିବା ଜଣାଯାଇଛି । ଦର୍ଶନ ଭଟ୍ଟ ସହ ପ୍ରତିଷ୍ଠାତା ଏବଂ ଡେପୁଟି ସିଆଇଓ ଗ୍ଳାଭିଷ୍ଟା ନିବେଶରେ ନୁ୍ୟଉ ଜର୍ସି ଆମେରିକା ଇ-ମେଲ୍‌ରେ ଜଣାପଡିଛି । ଦେଶରେ କୌଣସି ପ୍ରକାର ବାଣିଜ୍ୟ ସମସ୍ୟା ଦେଖାଦେବନାହିଁ ।ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଟଙ୍କା ମୂଲ୍ୟରେ ଉତ୍ସାହଜନକ ବୃଦ୍ଧି ହେବା ସହ ପ୍ରଥମ ସପ୍ତାହରେ ବୃଦ୍ଧି ହୋଇଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ବାଣିଜ୍ୟ କାରବାର ୬୯.୬୧ରେ କେବଳ ୪୦ପଇସା ବୃଦ୍ଧି ହୋଇ ୦.୫୮ ପ୍ରତିଶତ ରହିଥିଲା । ସେନ୍‌ସେକ୍ସ ଷ୍ଟକ୍‌ ମଧ୍ୟରେ ଦୁଇଟି ନିରୁତ୍ସାହ ଜନକ ରହିବା ସହ ଓଏନ୍‌ଜିସି ଓ ଏନ୍‌ଟିପିସି, ଆଇସି ଆଇସିଆଇ ବ୍ୟାଙ୍କ୍‌ ୫.୨୪ ପ୍ରତିଶତ ଓ ଅନ୍ୟ ପଟେ ସର୍ବାଧିକ ମୂଲ୍ୟ ବୃଦ୍ଧି ହେବା ସହ ବେଦାନ୍ତ, ଭାରତୀ ଏୟାର୍‌ଟେଲ୍‌ , ଏଲ୍‌ଆଣ୍ଡ୍‌ଟି ଏବଂ ଟାଟା ମୋଟର୍ସ ବୃଦ୍ଧି ହୋଇଛି । ବ୍ୟାଙ୍କିଙ୍ଗ୍‌, ଫାଇନାସିଆଲ୍‌ ଏବଂ ଅଟୋ ଷ୍ଟକ୍‌ ଉତ୍ସାହଜନକ ସ୍ଥିତି ପରିଲକ୍ଷିତ ହୋଇଛି । ମଧ୍ୟବର୍ତ୍ତୀ ଓ କ୍ଷୁଦ୍ରକ୍ୟାପ୍‌ରେ ସେନ୍‌ସେକ୍ସ ବୃଦ୍ଧି ହୋଇଥିଲା । ବିଏସ୍‌ଇ ମଧ୍ୟବର୍ତ୍ତୀକ୍ୟାପ୍‌ ୨.୦୧ ପ୍ରତିଶତ ଓ ବିଏସ୍‌ଇ କ୍ଷୁଦ୍ରକ୍ୟାପ୍‌ ୨.୪୨ ପ୍ରତିଶତ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

Read More...

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page